ଅଧିକ ପଢ଼ନ୍ତୁ: କ୍ରାଇମବ୍ରାଞ୍ଚର ମୁଖା ଖୋଲିଦେଲା ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର
ଝାରସୁଗୁଡ଼ା ମ୍ୟୁନିସିପାଲିଟି,ଲଇକେରା ବ୍ଲକ,କିରିମିରା ବ୍ଲକ, କୋଲାବିରା ବ୍ଲକ । ହଜାରହଜାର ଲୋକଙ୍କୁ ଧରି ରାଲି ସହ ବ୍ଲକ ଅଫିସ ଘେରିଛନ୍ତି ଟଙ୍କଧର । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ସାମିଲ, ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ନ ମିଳିବା, ରାସନ କାର୍ଡ ଲୋକଙ୍କୁ ନ ମିଳିବା ଓ ପିଇବା ପାଣିର ସମସ୍ୟା ନେଇ ଗଗନ ପବନ କମ୍ପାଇଛନ୍ତି ଟଙ୍କ । ୧୫ ଦିନରେ ୧୨ଟି ସ୍ଥାନରେ ଜନସଭା କରିବା ସହ ଗାଁଗାଁ ବୁଲି ଲୋକଙ୍କ ଭିତରେ ବିଦ୍ରୋହର ବହ୍ନିକୁ ଆହୁରି ଲେଲୀହାନ କରିବାରେ ଲାଗିଛନ୍ତି ।
ଆହୁରି ପଢ଼ନ୍ତୁ:ନବ ଦାସ ହତ୍ୟା ମାମଲାରେ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ ଦାବି
ସେପଟେ ଗତ ଫେବ୍ରୁଆରୀ ୧୬ରେ ଝାରସୁଗୁଡ଼ାରେ ଏକ ଆମ୍ବୁଲାନ୍ସ ଲୋକାର୍ପଣ ଉତ୍ସବରୁ ହିଁ ପ୍ରଥମେ ପରୋକ୍ଷରେ ମଇଦାନକୁ ଆସିଥିଲେ ନବଙ୍କ ଝିଅ । ଝାରସୁଗୁଡ଼ା ଓ ଲଇକେରାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ସମାବେଶ କରି ମହିଳା ଓ ପରେ ପରେ କୁଣହା ସମାଜର ବନ୍ଧୁମିଳନ ଉତ୍ସବ ନାଁରେ କରିଛନ୍ତି ସମାବେଶ । ବାପାଙ୍କ ମୃତ୍ୟୁ ପରେ ଅନୁକମ୍ପା ହାତେଇ ନିର୍ବାଚନୀ ମୈଦାନକୁ ଡେଇଁବାର ଲକ୍ଷ୍ୟ ରଖିଛନ୍ତି । ଜିଲ୍ଲା କଂଗ୍ରେସ କିନ୍ତୁ ଏଯାଏଁ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ କରିନଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକ ଝାରସୁଗୁଡା ଆସି କଂଗ୍ରେସ ନେତାଙ୍କ ସହ ବୈଠକ କରି ଫେରିଛନ୍ତି । ତେବେ ଧାମନଗର ଓ ପଦମପୁର ନିର୍ବାଚନରେ କଂଗ୍ରେସ ଅମାନତ ହରାଇବା ଓ ନବ ଦାସ କଂଗ୍ରେସ ଛାଡ଼ି ବିଜେଡି ଯିବା ଘଟଣା ଯେମିତି କଂଗ୍ରେସକୁ ଶୀତସୁପ୍ତି ଦେଇଛି ।
ତେବେ ରାଜନୈତିକ ପ୍ରସ୍ତୁତି ମଧ୍ୟରେ ସ୍ଥାନୀୟ ଲୋକଙ୍କ ସମସ୍ୟା ମଧ୍ୟ ବିଜେଡି ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ । ବେଦାନ୍ତରୁ ନିର୍ଗତ ପାଉଁଶ, ମରାକୁଟା ଓ ଜମେରାରେ ସ୍ଥାପିତ ଆକ୍ସନ ଇସ୍ପାତ ଓ ଏମଏସପି ଷ୍ଟିଲ କାରଖାନା ବନ୍ଦ ହେବା, ଝାରୁସୁଗୁଡ଼ା ବସଷ୍ଟାଣ୍ଡ ଓ ହାର୍ଟହସ୍ପିଟାଲ କାର୍ଯ୍ୟକ୍ଷମ ନ ହେବା ନେଇ ଗ୍ରାଉଣ୍ଡଜିରୋରେ ରହିଛି ଜନଅସନ୍ତୋଷ । ସେହିପରି ଜଳସେଚନ ସମସ୍ୟାର ସମାଧାନ ନ ହେବା ମଧ୍ୟ ଶାସକ ଦଳର ମୁଣ୍ଡବ୍ୟଥା ବଢ଼ାଇପାରେ ।ତେବେ ଇଲେକ୍ସନ ପ୍ରସ୍ତୁତି ମଧ୍ୟରେ ନିର୍ବାଚନ କମିଶନ କେବେ ଝାରସୁଗୁଡ଼ା ନିର୍ବାଚନ ପାଇଁ ତାରିଖ ଘୋଷଣା କରୁଛନ୍ତି ଏବେ ତାହାକୁ ହିଁ ଅପେକ୍ଷା ।