ଚକ୍ଷୁ ରୋଗ ସମସ୍ୟା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସେଣ୍ଟର ଫର ଆଇ ହସ୍ପିଟାଲର ଅଧିକାରୀ ଅବଗତ କରିଥିଲେ । ଏହି ଶିବିରରରୁ ମୋଟ ୫୫ ଜଣଙ୍କ ମଧ୍ୟରୁ ୧୮ ଜଣ ମୋତିଆ ବିନ୍ଦୁ ରୋଗୀ ଚିହ୍ନଟ କରାଯାଇଥିଲା । ସାଇଟ ଫର ସାଇନ ଆଇ ହସ୍ପିଟାଲର ସୁଧାଂଶୁ ଶେଖର ମହାପାତ୍ର, ମାନସ ସିଂହ ଓ ଦୀପ୍ତି ରଞ୍ଜନ ପଣ୍ଡା ଚକ୍ଷୁ ଚିହ୍ନଟ ନିରୂପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିଶିର ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ମାଗୁଣି ସାମନ୍ତରାୟ, ରବୀନ୍ଦ୍ର କୁମାର ବାରିକ, ପ୍ରେମାନନ୍ଦ ମହାପାତ୍ର, ପ୍ରେମାନନ୍ଦ ସେଠୀ, ଚକ୍ରଧର ମହାରଣା, ବିକ୍ରମାଦିତ୍ୟ ପଣ୍ଡାଓ ରଞ୍ଜନ କୁମାର ଦାଶ ସହଯୋଗ କରିଥିଲେ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଶିବିରରେ ମୋଟ ୫୫ ଜଣଙ୍କ ମଧ୍ୟରୁ ୧୮ ଜଣ ମୋତିଆ ବିନ୍ଦୁ ରୋଗୀ ଚିହ୍ନଟ

ଅର୍ଗସ୍ ବ୍ୟୁରୋ : ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମଲିପଦର ଗ୍ରାମର ନୂଆ ପାରିଜାତ କ୍ଳବ ପରିସରରେ ରାଷ୍ଟ୍ରଶକ୍ତି ମିଶନ ଓ ଆମ ଗାଁ ମହୋତ୍ସବ କମିଟି ପକ୍ଷରୁ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ସେଣ୍ଟର ଫର ଆଇ ହସ୍ପିଟାଲର ଅଧିକାରୀ ମାନେ ଯୋଗ ଦେଇ ଚକ୍ଷୁ ରୋଗୀଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଶିବିରକୁ ଉଦଘାଟନ କରିଥିବା ବେଳେ ମହୋତ୍ସବ କମିଟିର ଉପଦେଷ୍ଟା ସୁବାସ ମହାନ୍ତି, ସଭାପତି ବିଦ୍ୟାଧର ମହାରଣା ଓ କୋଷାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।
Download Argus News App
