ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦୁଆକଣ ଆଦିବାସୀ ବହୁଳ ଗ୍ରାମ ହୋଇଥିବାବେଳେ ଗ୍ରାମର ଅଧିକାଂଶ ଲୋକ ନିରକ୍ଷର ଓ ଦିନ ମଜୁରିଆ ଶ୍ରେଣୀର । ଚାଉଳ ବଦଳରେ ଟଙ୍କା ଦେଇଥିବା ବ୍ଲକର ସପ୍ଲାଇ ଇନ୍ସପେକ୍ଟର ଦେବାଶିଷ କର ସୁକିନ୍ଦା ବ୍ଲକ ଲେମ୍ବୋ ରିଟଲର ହୃଷିକେଶ ମହାନ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପାଇଁ ଦାବି କରିଛନ୍ତି । ଗୋଟିଏ ପଟେ କେନ୍ଦ୍ର ସରକାର ହିତାଧିକାରୀ ମାନଙ୍କୁ କୋଟି କୋଟି ଟଙ୍କାର ରାସନ୍ ଚାଉଳ ଦେଉଛନ୍ତି । ସାରା ଓଡ଼ିଶାରେ ସମସ୍ତ ହିତାଧିକାରୀ ଚାଉଳ ପାଉଛନ୍ତି । ଏଠି ପ୍ରଶ୍ନ ଉଠୁଛି କାହିଁକି ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତ କେନ୍ଦୁଆ କଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଚାଉଳ ବଦଳରେ ଟଙ୍କା ଦେଲେ । କାହିଁକି ରାସନ୍ ଚାଉଳ କୁ ଲୁଟ୍ କରି ବିକ୍ରି କଲେ ସୁକିନ୍ଦା ବ୍ଲକ m.i. ଓ ଲେମ୍ବୋ ପଞ୍ଚାୟତ ରିଟଲର । ଆଜି ରାସନ୍ ଚାଉଳ ପାଇଁ ଲୋକ ଦୁଃଖ ଭୋଗିବା କୁ ପଡୁଛି ।
ରାସନ୍ ଚାଉଳ ବଦଳରେ ୧୫ ଟଙ୍କା ଦେଇଛନ୍ତି ରିଟଲର ହୃଷିକେଶ ମହାନ୍ତ ଏତେ ସଂଖ୍ୟା ଲୋକ ଖାଦ୍ୟ ଅଧିକାରରୁ ବଞ୍ଚିତ ହେଉଥିଲେ ମଧ୍ୟ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ବେଫିକର । ଏହି ମହାଦୃନିତୀ କରୁଛନ୍ତି ରିଟଲର ଓ ବ୍ଲକ M.i ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ସୂଚନାଯୋଗ୍ୟ ଯେ ସେମାନଙ୍କୁ କେବେ ଦେବେ ରାସନ୍ ଚାଉଳ l କେବେ ଦୃନିତୀ କରିଥିବା ରିଟଲର ଓ m.i.ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ । ଏଭଳି ସ୍ଥିତିକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିଥିଲେ । ରାସନ୍ ଚାଉଳରୁ ଓ ସରକାରୀ ସୁବିଧାରୁ ବଞ୍ଚିତ ଥିବା ବିଷୟରେ ସୁକିନ୍ଦା ବ୍ଲକ ବିଡ଼ିଓ ନମ୍ରତା ମୋଦିଙ୍କୁ ପଚାରିବାରୁ ସେକହିଥିଲେ ଯେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।