ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ର ନୂଆଗାଁ ପଞ୍ଚାୟତର ଦୃଶ୍ୟ । ଦୀର୍ଘ 3ମାସରୁ 4ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ସହିତ ଫ୍ରି ଚାଉଳ ପାଇନଥିବାରୁ ପ୍ରତିବାଦର ସ୍ବର ଉଠାଇଛନ୍ତି ହିତାଧିକାରୀ ମାନେ । ଚାଉଳ ନଦେଇ ଡିଲର ବାଟମାରଣା କରିଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ଦୁଇଜଣ ଖୁଚୁରା ବିକ୍ରେତା ଏହି ପଞ୍ଚାୟତରେ ଖାଉଟିଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ପାଇଁ ଦାୟିତ୍ୱ ନେଇଥିଲେ। ସାମଗ୍ରୀ ଆସୁନାହିଁ କହି ବହୁ ସମୟରେ ଖାଉଟି ମାନଙ୍କୁ ଫେରୁଥିବା ଅଭିଯୋଗ କରିଛନ୍ତି ଖାଉଟି ମାନେ । ଯାହାକୁ ନେଇ ବାରମ୍ବାର ପ୍ରତିବାଦ କରିଥିଲେ ସୁଧା ଖାଉଟିଙ୍କ ସମସ୍ୟା ଉପରେ କେହି ଗୁରୁତ୍ବ ଦେଇନଥିଲେ । ଏହାକୁ ନେଇ ବହୁ ସମୟରେ ଅସ୍ୱାଭାବିକ ପରିସ୍ଥିତି ମଧ୍ୟ ସୃଷ୍ଟି ହେଇଥିଲା । କିଛି ହିତାଧିକାରୀଙ୍କୁ 4ମାସର ରାଶନ ସାମଗ୍ରୀ ଦିଆଯାଇ ନ ଥିବା ବେଳେ ଆଉ କିଛି ହିତାଧିକାରୀଙ୍କୁ ଫ୍ରି ଚାଉଳ ଡିଲର ଦେଇନଥିଲେ। ଅନ୍ୟପଟରେ କେତେକ ହିତାଧିକାରୀଙ୍କ ଖାତାରେ ଚାଉଳ ଦିଆଯିବ କହି ରିଟେଲର ସ୍ବାକ୍ଷର କରିଦେଇଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି ।
ପଞ୍ଚାୟତରେ ଖାଉଟିଙ୍କୁ ରାଶନ ସାମଗ୍ରୀ ବାଣ୍ଟିବା ପାଇଁ 2ଜଣ ରିଟେଲରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେଥିମଧ୍ୟରୁ ପଞ୍ଚାୟତର 9,10,11 ଓ 12 ନମ୍ବର ୱାର୍ଡର ହିତାଧିକାରୀଙ୍କୁ ରାଶନ ବଣ୍ଟନ ପାଇଁ ଡିଲର ସ୍ବର୍ଗତ ଉମାକାନ୍ତ ଦାସଙ୍କୁ ଦିଆଯାଇଥିଲା । ତାଙ୍କ ଅଧୀନରେ ପଞ୍ଚାୟତର 700 ଜଣ ହିତାଧିକାରୀଙ୍କୁ ବିଭାଗ ତରଫରୁ 86 କୁଇଣ୍ଟାଲ ଚାଉଳ ବଣ୍ଟନ ପାଇଁ ଦିଆଯାଇଥିଲା । ସେଥିମଧ୍ୟରୁ ବହୁ ହିତାଧିକାରୀଙ୍କୁ 2ମାସର ରାଶନ ସାମଗ୍ରୀ ସହିତ ଫ୍ରି ଚାଉଳ ଦେଇନାହାନ୍ତି ଡିଲର। ତେବେ ସରକାର ଫ୍ରି ଚାଉଳ ଦେଉଥିବାବେଳେ ଡିଲର କାହିଁକି ଖାଉଟି ମାନଙ୍କୁ ଦେଉନାହାନ୍ତି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ