ନୂଆବର୍ଷ। ଯାହାକୁ ସମସ୍ତେ ଚାତକ ଭଳି ଚାହିଁ ରହିଥାନ୍ତି। ପୁରୀରେ ରହୁଥିବା ବଙ୍ଗୀୟ ବ୍ୟକ୍ତିମାନେ ସ୍ଥାନୀୟ ଦୁର୍ଗାବାଡି ପରିସରରେ ଧୁମଧାମରେ ଏହାକୁ ପାଳନ କରିଥାନ୍ତି। ଚଳିତ ବର୍ଷ ବର୍ଷବରଣର ଏହି ଉତ୍ସବରେ ସହରର ଦୁଇଜଣ ସମାଜସେବୀ ଶ୍ରୀଯୁକ୍ତ ବିଶ୍ୱନାଥ ରାଓ ଓ ଶ୍ରୀଯୁକ୍ତ ସିର୍ଦ୍ଧାର୍ଥ ରାୟଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ସେପଟେ ବଙ୍ଗଳା ନବବର୍ଷ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ବଙ୍ଗୀୟ ପରମ୍ପରାର ଗୀତ,ନାଚ ଓ ଲୋକକଳା। ଅନେକ ନିବାସୀ ବଙ୍ଗୀୟ ମଞ୍ଚ ଉପରେ ନିଜ ଭାଷାରେ ଗୀତ ଗାଇ ଉପସ୍ଥିତ ଲୋକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥିଲେ। କେବଳ ଏତିକି ନୁହେଁ ଦୁର୍ଗାବାଡିରେ ନବବର୍ଷର ସଂଧ୍ୟାକୁ ପାରମ୍ପରିକ ନୃତ୍ୟରେ ଆହୁରି ରଙ୍ଗୀନ କରିଥିଲେ ବଙ୍ଗୀୟ କଳାକାର। ସେପଟେ ମଞ୍ଚ ଉପରେ ପାରମ୍ପରିକ ଲୋକକଳା ପରିବେଷଣ କରି ବେଶ୍ ଖୁସି ପ୍ରକଟ କରିଥିବା କହିଛନ୍ତି କଳାକାର।
ଦୀର୍ଘବର୍ଷ ପରେ ପୁରୀରେ ବଙ୍ଗଳା ନବବର୍ଷ ପାଳନ କରାଯାଇଥିବାରୁ ପ୍ରବାସୀ ବଙ୍ଗୀୟଙ୍କ ସମେତ ବଙ୍ଗୀୟ ପର୍ଯ୍ୟଟକ ମାନଙ୍କ ମନରେ ବେଶ୍ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା।