ପରେ ଦୀପିକା ନିଜ ଘରକୁ ଯାଇ ସକାଳୁ ଆସିଲା ପରେ ଦେଖିଲେ ଟେଣ୍ଟ ମଧ୍ୟ ପୋଡି ଦେଇଛନ୍ତି।ଏନେଇ ଦୀପିକା ପୋଲିସକୁ ସୂଚନା ଦେଇଛନ୍ତି।ଆଗକୁ ବିନା ଟେଣ୍ଟ ରେ ଖୋଲା ଆକାଶ ତଳେ ଏମିତି ଧାରଣା ଦେବେ ବୋଲି କହିଛନ୍ତି ଦୀପିକା।ଏସବୁ ଘଟଣା କୁ ନେଇ ଆଜି ବ୍ରହ୍ମପୁର ଏସପିଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଛନ୍ତି ଦୀପିକା। ସେପଟେ ଘଟଣାର ତଦନ୍ତ କରାଯିବ କହିଛନ୍ତି ବ୍ରହ୍ମପୁର ଏସପି।
ବ୍ରହ୍ବପୁର ଦୀପିକା-ଦୀନେଶ ବିବାଦ ମାମଲା

ଅର୍ଗସ ବ୍ୟୁରୋ: ବୋହୂର ମାନ୍ୟତା ନ ପାଇ ଦୀର୍ଘ ଦିନ ଧରି ଧାରଣାରେ ବସିଥିବା ବହୁ ଚର୍ଚ୍ଚିତ ବ୍ରହ୍ମପୁରର କେ. ଦୀପିକାଙ୍କ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଦିନେଶଙ୍କ ଘର ଆଗରେ ଧାରଣା ଦେଇଥିବା ଦୀପିକା ଙ୍କ ଟେଣ୍ଟ ପୋଡିଦେଇଥିବା ସେ ଅଭିଯୋଗ କରିଛନ୍ତି। ଦିନେଶଙ୍କ ପରିବାର ଲୋକ ଟେଣ୍ଟ ପୋଡି ଦେଇଥିବା ଅଭିଯୋଗ କରିଛନ୍ତି ଦୀପିକା। ପାଖାପାଖି ଦୀର୍ଘ 4ମାସ ହେଲା ଦୀପିକା ଧାରଣାରେ ବସିଛନ୍ତି। ଗତ ଦୁଇଦିନ ତଳେ ଧାରଣାରେ ବସିଥିବା ଦୀପିକାଙ୍କ ଉପରେ ଦିନେଶଙ୍କ ମାଆ ପାଣି ପକାଇଦେଇଥିଲେ।
Download Argus News App
