ବାଲେଶ୍ୱର: ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା ନେଇ ଘଟଣାର ପର୍ଦାଫାସ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ। ନୀଳଗିରି ଉପଖଣ୍ଡରେ ମିଲର, ଧାନ ବେପାରୀ ଓ ସମିତି ସମ୍ପାଦକଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ବିଭିନ୍ନ ମଣ୍ଡିରେ ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଟୋକନ ଥିବା ସତ୍ବେ ଟାର୍ଗେଟ ପୂରଣ ହୋଇଥିବା କହି ଚାଷୀମାନଙ୍କୁ ହଇରାଣ କରାଯାଉଥିବା କୁହାଯାଇଛି ।
ପୂର୍ବରୁ ମିତ୍ରପୁର, ନିଜଗଡ଼, ସଜନାଗଡ଼ ସୋସାଇଟିରୁ ଏଭଳି ଅଭିଯୋଗ ଆସିଥିବାବେଳେ ଏବେ ଈଶ୍ୱରପୁର ସେବା ସମବାୟ ସମିତିରେ ଅନିୟମିୟତା ହୋଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଗତକାଲି ଠାରୁ ସମିତି ଆଗରେ ଚାଷୀମାନେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ନୀଳଗିରି ଉପଜିଲ୍ଲାପାଳ, କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ, ଔପଦା ଯୋଗାଣ ଅଧିକାରିଣୀ ପହଂଚି ଉତ୍ତ୍ୟକ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ତେବେ ତଦନ୍ତ ପରେ ଚାଷୀଙ୍କ ରେଜିଷ୍ଟ୍ରେସନ ସମୟରେ ଖାତା ଓ ପ୍ଲଟ ନମ୍ବର ଚଂଚକତା କରି ଚାଷୀଙ୍କ ଠାରୁ ଧାନ କ୍ରୟ କରିଥିବା ସ୍ବୀକାର କରିଛନ୍ତି ଈଶ୍ୱରପୁର ସେବା ସମବାୟ ସମିତି ସଂପାଦକ ।