ମିଲାପ ଆପ୍ ମାଧ୍ୟମରେ ଆରମ୍ଭ ହୋଇଥିଲା ଫଣ୍ଡ ରେଜିଂ । ସେଲିବ୍ରିଟି ଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ଅଭିଷେକଙ୍କ ପାଇଁ ଦୌଡି ଆସିଥିଲେ । ନିଜ ସାମର୍ଥ୍ୟ ଅନୁସାରେ ଯିଏ ଯାହା ପାରିଲେ ଦାନ କରିଥିଲେ । ତା ପରେ ଇକମୋ ଚିକିତ୍ସା ପାଇଁ ଜୁନ 9 ରେ କୋଲକାତାକୁ ଏୟାରଲିଫ୍ଟ କରାଯାଇଥିଲା ।
ଗତକାଲି ରାତି ୧୦ଟା ୪୫ ବେଳକୁ ଅଭିଷେକଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି । ତେବେ ଡାକ୍ତରଙ୍କ ଉଦ୍ୟମ ଓ ସମସ୍ତଙ୍କ ସତ ଚେଷ୍ଟା ସତ୍ତ୍ୱେ ଆଖି ବୁଜିଛନ୍ତି ଭଦ୍ରକର ଯୁବଇଂଞ୍ଜନିୟର ଅଭିଷେକ ମହାପାତ୍ର ।