ଭାଉଜକୁ ରାସ୍ତାରେ ଟାଣି ଟାଣି ନେବା ସହ ଅତି ନିର୍ଦୟ ଭାବେ ବାଡେଇ ଚାଲିଛନ୍ତି। କେତେବେଳେ ତାଙ୍କ ମୁହଁକୁ ପିଟୁଛନ୍ତି ଆଉ କେତେବେଳେ ତାଙ୍କ ପିଠିରେ ବିଧା ବସାଉଛନ୍ତି। ଅତି ଅମାନୁଶିକ ଭାବେ ପିଚୁ ରାସ୍ତାରେ ବ୍ୟକ୍ତିଟି ଘୋଷାରି ଘୋଷାରି ନେଉଛି ମହିଳାଙ୍କୁ। ତେବେ ସେଠାରେ ଦେଖଣାହାରି ସାଜିଛନ୍ତି ସ୍ଥାନୀୟ ଲୋକେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାକୁ ତିବ୍ର ନିନ୍ଦା କରୁଛନ୍ତି ଲୋକେ।
କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି ଏହି ଘଟଣା। ତେବେ ଏହି ଘଟଣା ପଛରେ ପାରିବାରିକ କହଳ ଥିବା କୁହାଯାଉଛି।