ଭଦ୍ରକ: ଜଳୁଛି ଜଙ୍ଗଲ । ଭଦ୍ରକ ଜିଲ୍ଲା ଧାମନଗର ବନ ବିଭାଗ ପକ୍ଷରୁ ମୁସ୍ତାପୀପୁର ଗୈାଡବିଶ୍ ନୂଆପଡ଼ା ଗ୍ରାମକୁ ଲାଗି ରହିଥିବା ପ୍ରାୟ ୩ ହେକ୍ଟର ଜମି ଏବେ ଜଳି ଜଳି ନଷ୍ଟ ହେବାକୁ ବସିଲାଣି । ଦୁଇ ବର୍ଷ ତଳେ ସୃଷ୍ଟି ହୋଇଥିବା ଜଙ୍ଗଲ ଏବେ ନିଶ୍ଚିହ୍ନ ହେବାକୁ ବସିଲାଣି । ବନବିଭାଗର ଅବହେଳା ଯୋଗୁଁ ଏବେ ଜଙ୍ଗଲ ନଷ୍ଟ ହେବାକୁ ବସିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି ।
ହେଲେ ଏଠି କୈାଣସି ନିଆଁ ଲାଗି ଜଳୁ ନାହିଁ ଜଙ୍ଗଲ । ବରଂ ବନ ବିଭାଗର ଅବହେଳା ଓ ପାଣି ନ ଦେବାରୁ ୪୦ ଡିଗ୍ରୀ ଖରାର ତାପ ମାତ୍ରାରେ ଜଳି ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି ସୃଷ୍ଟି କରାଯାଇଥିବା ହେକ୍ଟର ହେକ୍ଟର ଜମିର ଏହି ଜଙ୍ଗଲ । ଏଠି ପ୍ରଶ୍ନ ଉଠୁଛି ଜଙ୍ଗଲ ଜାଳୁ ନାହିଁ ତ ବନ ବିଭାଗ।
ତେବେ ରାଜ୍ୟରେ ଗୋଟିଏ ପଟେ ବିଭିନ୍ନ ସ୍ଥାନରେ ନିଆଁ ଲାଗି ଜଙ୍ଗଲ ଜଳୁଥିବା ବେଳେ କିନ୍ତୁ ୪୦ ଡିଗ୍ରୀ ଖରାରେ ଜଙ୍ଗଲ ଜଳି ଯାଇଥିବା ଦେଖିବାକୁ ମିଳିଛି। ଏଠି ପ୍ରଶ୍ନ ଉଠୁଛି ବନ ବିଭାଗ ନିଜେ ସୃଷ୍ଟି କରିଥିବା ଜଙ୍ଗଲକୁ ନିଜ ହାତରେ ଜାଳୁ ନାହିଁ ତ। ଏବେ ଠାରୁ ଯଦି ଧାମନଗର ବନ ବିଭାଗ ଏଥିପ୍ରତି ଧ୍ୟାନଦେଇ ଜଙ୍ଗଲରେ ପାଣି ମଡ଼ାଇଲେ ନିଶ୍ଚିତ ଭାବରେ ଏହି ଗଛ ଗୁଡ଼ିକ ବଞ୍ଚି ପାରନ୍ତା । ସେପଟେ ବନ ବିଭାଗ ଅଧିକାରୀ କହିଛନ୍ତି ଏନେଇ କୌଣସି ଉପର ଅଧିକାରୀ ତରଫରୁ ବ୍ୟବସ୍ଥା ନାହିଁ ।