ଏହି ଉତ୍ସବ କୁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ମାତୃଭୂମି ପାଇଁ ଗଣଦୌଡ଼ କାର୍ଯ୍ୟକ୍ରମ ଭଦ୍ରକ ସହରରେ ଅନୁଷ୍ଠିତ ହୋଇଥିଲା । ସେହିପରି 22 ତାରିଖରେ ସାଧୁ ସନ୍ଥ ସମ୍ମିଳନୀ ଓ ଗୋ-ପୂଜନ ଓ ହିନ୍ଦୁ ନବବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଆଗାମୀ 28 ତାରିଖ ଦିନ ଶ୍ରୀରାମ ମହାଯଜ୍ଞ ପାଇଁ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେଲା ପରେ ମହାଯଂଜ୍ଞ ଆରମ୍ଭ ହେବ। 29 ତାରିଖରେ 108 ହନୁମାନ ଚାଳିଶା ପାଠ କରାଯିବ। 30 ତାରିଖରେ ଶ୍ରୀରାମ ନବମୀ ମହୋତ୍ସବ ପାଳନ ଉପଲକ୍ଷେ ବିଶାଳ ନଗର ସଂକ୍ରିତନ ଶୋଭାଯାତ୍ରା ସହର ପରିକ୍ରମା କରିବ । ଏଥିରେ ଶହେରୁ ଅଧିକ ମେଢ଼ ଅଂଶ ଗ୍ରହଣ କରିବେ । ପାରମ୍ପରିକ ନୃତ୍ୟ, ବାଦ୍ୟ ସହିତ ଲକ୍ଷାଧିକ ରାମ ଭକ୍ତ ଏଥିରେ ସାମିଲ ହେବା ନେଇ ଲକ୍ଷ୍ୟ ରଖାଯାଇଛି.
ଏହି ମହୋତ୍ସବକୁ ଚଳିତ ବର୍ଷ କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପିତ କରାଯିବ ସେଥିପାଇଁ ଉଭୟ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ଅନୁଯାୟୀ ଏହି ମହୋତ୍ସବରେ 30 ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ସହିତ 150 ରୁ ଅଧିକ ପୋଲିସ ଅଫିସର ନିୟୋଜିତ ରହିବେ।
ଏପରିକି ଏକ ପ୍ଲାଟୁନ ରାପିଡ଼ ଆକ୍ସନ ଫୋର୍ସ ଭଦ୍ରକରେ ଗତ 5 ଦିନ ହେବ ପହଞ୍ଚି ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରୁଛନ୍ତି । ବିଶେଷକରି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଉଛି । ସେହିପରି ପୋଲିସ ଓ ଆରପିଏଫ ଅଧିକାରୀ ମାନେ ସ୍ଥାନୀୟ ଶାନ୍ତି କମିଟି କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରାଯାଇଛି । ଅନ୍ୟପକ୍ଷେ ସାମାଜିକ ଗଣ ମାଧ୍ୟମର ଗୁଜବ ଉପରେ ଅଧିକ ଦୃଷ୍ଟି ଏଥର ରଖାଯାଉଛି । ଯଦି କେହି ସାମାଜିକ ଗଣ ମାଧ୍ୟମରେ ଧର୍ମ କୁ ନେଇ ବିଦ୍ବେଶ ସୃଷ୍ଟି କରେ ତେବେ ଏଥିରେ କେହି ଉତେଜିତ ନ ହୋଇ ପୋଲିସକୁ ଖବର ଦେବାକୁ କହିଛନ୍ତି ଭଦ୍ରକ ଏସପି । ତେବେ ପବିତ୍ର ଶ୍ରୀରାମ ନବମୀ ପାଇଁ ପାଖେଇ ଆସୁଥିବାରୁ ଜିଲ୍ଲାବାସୀଙ୍କ ଖୁସି ବଢ଼ିବାରେ ଲାଗିଛି।
ଅଧିକ ପଢନ୍ତୁ ଓଡିଶା ଖବର