-ଦୁର୍ଘଟଣା ଦିନ ବାହାନଗା ଫାଟକ ପାଖରେ ସିଗନାଲ କାମ ଚାଲିଥିଲା ।
- ସିଗନାଲ କାମ ଯୋଗୁଁ ଡିସକନେକ୍ସନ ଦିଆଯିବା ପରେ ପରେ କାର୍ଯ୍ୟ ସରିବା ପରେ ରିକନେକ୍ସନ ଦିଆଯାଇଥିଲା।
-ହେଲେ ମେଣ୍ଟେନାନ୍ସ ପାଇଁ ରେଲଓ୍ବେ ପକ୍ଷରୁ ଦିଆଯାଇଥିବା ଏସଓପି ଠିକ ଭାବେ ପାଳନ ହୋଇନଥିଲା।
- ପଏଣ୍ଟ ପ୍ଲେଟ ଠିକ ଭାବେ କାମ କରୁଛି ନା ନାହିଁ ତାହା ଯାଞ୍ଚ ନ କରି ରିକନେକ୍ସନ ମେମୋ ରେ ସାଇନ କରି ଦେଇଥିଲେ ଷ୍ଟେସନ ମାଷ୍ଟର ।
- ସେହିପରି ସିଗନାଲ ସ୍ବିଚ ଅନ ପରେ ଇଣ୍ଟର ଲକିଂ ସିଷ୍ଟମ ୧୪ ସେକେଣ୍ଡ ରେ ପରିବର୍ତ୍ତନ ହୋଇଥାଏ । ହେଲେ ବାହାନଗା ଷ୍ଟେସନ ରେ ୩୭ ସେକେଣ୍ଟ ସମୟ ନେଉଥିଲେ ବି ଷ୍ଟେସନ ମାଷ୍ଟର ଅଣଦେଖା କରିଥିଲେ।
- ୨୦୧୮ ରେ ସିଗନାଲ ସର୍କିଟ ପଏଣ୍ଟ ବଳଦାଯାଇଥିଲେ ମଧ୍ୟ ତାହା ଡକ୍ୟୁମେଣ୍ଟେସନ କରାଯାଇନଥିଲା।
ଫାଟକ ୯୪ ରେ ଇଲେକ୍ଟ୍ରିକ ଲିପଟିଙ୍ଗ ବେରିଅରକୁ ନ ବଦଳାଇ କାମ କରାଯିବା ଆଉ ଏକ ତ୍ରୁଟି ଥିଲା। ଜୁନ ୨ ତାରିଖ ଦିନ ବାହାନାଗା ଷ୍ଟସନ ରେ ସିଗନାଲ କାମ ଚାଲିଥିଲା। ରିକନେକ୍ସନ ଦିଆଯିବା ପରେ ୪ ଟା ୨୩ ରୁ ୬ ଟା ୮ ଭିତରେ ଅଫ ମେନ ଲାଇନ ଦେଇ ଦୁଇଟି ଟ୍ରେନ ପାସ କରିଥିଲା। ହେଲେ ୬ ଟା ୩୪ ରେ ଆସିଥିବା ମାଲବାହୀ ଟ୍ରେନ କୁ ଲୁପ ଲାଇନ ଛଡାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଫ ମେନ ଲାଇନ ରେ ଇଣ୍ଟର ଲକିିଙ୍ଗ ପ୍ଲେଟ ଜଏଣ୍ଟ ହୋଇ ନଥିଲେ ମଧ୍ୟ ଉଭୟ ଡିସଟାନ୍ସ ସିଗନାଲ ଓ ହୋମ ସିଗନାଲ ଗ୍ରୀନ ଥିଲା। ଯେଉଁଥିପାଇଁ ୧୨୮ ଘଣ୍ଟାପ୍ରତି ବେଗ ସ୍ପିଡରେ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ଲୁପ ଲାଇନ କୁ ଯାଇ ମାଲବାହୀ ଟ୍ରେନ କୁ ଧକ୍କା ଦେଇଥିଲା।
ବହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ ରୁ ଅଧିକ ଆହତ ହୋଇଥିଲେ। ମୁନୁଷ୍ୟକୃତ ତ୍ରୁଟି ଯେଗୁଁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ଜଣାପଡିବା ପରେ ଷଡଯନ୍ତ୍ର ଦିଗରେ ତଦନ୍ତ କରୁଛି ସିବିଆଇ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର