ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରେ ପୁରାଣ ସମ୍ପ୍ରଦାୟର ଲୋକଙ୍କୁ st ମାନ୍ୟତା ପ୍ରଦାନ କରାଯାଇଛି। ତେବେ ଓଡିଶାରେ କାହିଁକି ନୁହେ l ତେବେ ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନ ତୀବ୍ର ରୂପ ନେବାର ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲା ତଥା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ପୁରାଣ ସମ୍ପ୍ରଦାୟର ସତାଧିକ ଲୋକେ ଯୋଗଦାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ମାଝି , ଭଞ୍ଜ ସମିତି ସମ୍ପାଦକ ଦିଲ୍ଲୀପ ଧିର ପ୍ରମୁଖ ଉପସ୍ଥିତ ଥିଲେ।
ଭଞ୍ଜ ସମିତିକୁ ଏସଟି ମାନ୍ୟତା ଦାବି ନେଇ ଅଧିବେଶନ

ଅର୍ଗସ ବ୍ୟୁରୋ: ଭଞ୍ଜ ସମିତି (ପୁରାଣ ସମାଜ) କୁ st ମାନ୍ୟତା ଦାବି ନେଇ ଅଧିବେଶନ ଅନୁଷ୍ଠିତ ହୋଇଛି। ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକ ଅନ୍ତର୍ଗତ ଖନ୍ତ ଗ୍ରାମରେ ଭଞ୍ଜ ସମିତି (ପୁରାଣ ସମାଜ) ପକ୍ଷରୁ ଆଜି ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା l ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡିଶାରେ ଥିବା ପୁରାଣ ସମାଜକୁ st ମାନ୍ୟତା ପ୍ରଦାନ କରାଯାଉ।
Download Argus News App
