ଅଧିକ ପଢନ୍ତୁ ଓଡ଼ିଶା ଖବର
ତାଙ୍କୁ ମାରିବା ପାଇଁ ମଧ୍ୟ ଯୋଜନା କରୁଥିବା ସେ ପ୍ରକାଶ କରିବା ସହ ଭଞ୍ଜନଗର ଥାନାର ଦ୍ୱାରସ୍ତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଲୋକଙ୍କୁ ଠକେଇ କରିଥିବା ସହ ଅନେକ ଝିଅ ଓ ମହିଳାଙ୍କୁ ନିଜ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଗଞ୍ଜାମ କନ୍ଧମାଳ ସୀମା ଦୁର୍ଗାପ୍ରସାଦ ନିକଟରେ କିଛି ଯୁବକ ଅଟକ ରଖିବା ପରେ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ପଂହଁଚି ନକଲି ବାବାଙ୍କୁ ଗିରଫ କରିଛି । ବାବା ପାଖରୁ କିଛି ମାରଣା ଅସ୍ତ୍ର ଜବତ ହୋଇଥିବା ଜଣାପଡିଛି । ହାତରେ ଧରିଥିବା ଏକ ବାଡିକୁ ବାବା ଛାଡୁନଥିବା ବେଳେ ଏହାକୁ ନେଇ ଅନେକ କଥା କୁହାଯାଉଛି । ବିଭିନ୍ନ ସ୍ଥାନରେ ରହି ଲୋକଙ୍କ କିଛ ସୁରାକ ଗ୍ରହଣ କରି ବ୍ଲାକମେଲ କରୁଥିବା ଭଳି କାର୍ଯ୍ୟ କରୁଥିବା ଭଞ୍ଜନଗର ଥାନା ଆଇଆଇସି ଭଗବାନ ପୂଜାରୀ ପ୍ରକାଶ କରିଛନ୍ତି ।