ବଉଳା କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏହାକୁ ଦୄଷ୍ଟିରେ ରଖି ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏହି ତିନି ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ନାହିଁ।
ଏହି ୩ ମାସ କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ପ୍ରକୄଷ୍ଟ ସମୟ ହୋଇଥିବାରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ସମୟରେ ମାଛଧରା ବୋଟ ଓ ଅନ୍ୟାନ୍ୟ ମଟର ଚାଳିତ ବୋଟ ଗୁଡିକୁ ଜାତୀୟ ଉଦ୍ୟାନରେ ନିଷିଦ୍ଧ କରାଯାଇଛି। ଏହି ଜାତୀୟ ଉଦ୍ୟାନରେ ପାଖାପାଖି ୧୮ ଶହ କୁମ୍ଭୀର ଅଛନ୍ତି। ଅଗଷ୍ଟ ୧ରୁ ପୁନର୍ବାର ଏହି ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...