ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କରୋନା କାୟା ବିସ୍ତାର କରିଛି । ରାଜଧାନୀ ଭୁବନେଶ୍ୱରରେ ଅଣାୟତ୍ତ କରୋନାସ୍ଥିତି । ଆଜି ପୁଣି ରାଜଧାନୀରୁ ୧୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 1st Aug 2020(till 9am). Further contact tracing is still continuing. Primary contacts & nearby houses are being quarantined, sanitised & will be under active surveillance. pic.twitter.com/ViIDV5KV0L
— BMC (@bmcbbsr) August 1, 2020
ସେମାନଙ୍କ ମଧ୍ୟରୁ ୭୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜଧାନୀରେ ୧୩୩ ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୧କୁ ବୃଦ୍ଧି ପାଇଛି ।
୧୫୬୬ ଜଣ ସୁସ୍ଥ ହୋଇଥିବା ବେଳେ ୧୨୭୬ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
କେନ୍ଦ୍ରାପଡା : କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଆତ୍ମହତ୍ୟା କରୁକରୁ ବଞ୍ଚିଗଲେ ବୃଦ୍ଧା. ଏପରି ଦୃଶ୍ୟ ଦେଖବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅର୍ନ୍ତଗତ ଲୁଣା ନଦୀ ନିକଟରେ. ଏଠାରେ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଅବସ୍ଥାରୁ ଉଦ୍ଧାର କରାଯାଇଛି. ସୂଚନା ମୁତାବକ ବୃଦ୍ଧା ଜଣକ ଲୁଣା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ.
ଅଧିକ ପଢନ୍ତୁ : କାରରୁ ପାଣିକୁ ଡେଇଁପଡିଲେ ମହିଳା
ଦୁଇକିଲୋମିଟର ଭାସିଯିବା ପରେ ମଧ୍ୟ ସେ ବୁଡି ଯାଇନଥିଲେ. ମାହାରା କୂଳରେ ଭାସିଭାସି ଲାଗିବା ପରେ ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଜୀବନ୍ତ ଅବସ୍ଥା ରେ ଉଦ୍ଧାର ହେଲେ . ହେଲେ ବୃଦ୍ଧାଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ. ସ୍ଥାନୀୟ ଲୋକମାନେ ୧୦୮ ଯୋଗେ କେନ୍ଦ୍ରାପଡ଼ା ମେଡିକାଲକୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଇଛନ୍ତି . ବୃଦ୍ଧା ଜଣଙ୍କ ସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇ ଥିଲେ ।
କଟକ: ବିବାହ ପଞ୍ଜିକରଣ ସାଇଟରେ ବିବାହ ପ୍ରସ୍ତାବ ଦେଇ ଠକେଇ। କଟକର ଜଣେ ଯୁବତୀଙ୍କ ସହ ବନ୍ଧୁତା କରି ସୁନା ଠକେଇ। ନିଜକୁ ଜଣେ ଆୟାକର ବିଭାଗ ଅଧିକରୀ ବୋଲି ପରିଚୟ ଦେଇ ଠକେଇ। ଦେଢ଼ ଲକ୍ଷ ଟଙ୍କାର ସୁନା ଠକି ନେଇଥିବା ଅଭିଯୋଗ। ଠକେଇ ଅଭିଯୋଗରେ କଟକର ଜଣେ ଯୁବକ ଗିରଫ।
ଗିରଫ ହେଲେ କଟକର ସୁଧାଂଶୁ ବେହେରା। ସୁଧାଂଶୁକୁ ଗିରଫ କଲା କଟକ କ୍ୟାଣ୍ଟନମେଣ୍ଟ ପୋଲିସ । ସୁଧାଂଶୁ ଏକାଧିକ ଯୁବତୀଙ୍କୁ ଏପରି ଠକି ଥିବା ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: ଆସନ୍ତାକାଲି 4ଘଣ୍ଟା ଜଗା ଦର୍ଶନ ବନ୍ଦ। ବନକଲାଗି ନୀତି ପାଇଁ ବନ୍ଦ ରହିବ ଜଗା ଦର୍ଶନ। ଦୀର୍ଘ ଏକମାସରୁ ଉର୍ଦ୍ଧ୍ବ ହେବ ହୋଇନାହିଁ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର।
ଅପରାହ୍ନ 5ଟାରୁ ରାତି 9 ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ। ବନକଲାଗି ନୀତି ଶେଷ ପରେ ଆରମ୍ଭ ହେବ ସର୍ବସାଧାରଣଙ୍କ ଦର୍ଶନ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର