ଦୀର୍ଘ ସମୟ ଧରି ଆତଙ୍କ ରଚିଥିବା ବେଳେ ଯୁବକଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ଆକ୍ରମଣ କରିଥିବା ଯୁବକଙ୍କୁ ପୋଲିସ ଜିମା ଦିଆଯାଇଛି । ସିସିଟିଭିରେ ରେକର୍ଡ ହୋଇଛି ପୁରା ଘଟଣା । ବର୍ତ୍ତମାନ ସମୟରେ ଉକ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କରାଯାଇଛି ।
ଅର୍ଗସ ବ୍ୟୁରୋ : କଳ୍ପନା ଛକ ଜୟ ଅଟୋ ସେଣ୍ଟରରେ ବୁଲିଲା ଖଣ୍ଡା । ପେଟ୍ରୋଲ ପକାଇବାକୁ ନେଇ ହୋଇଥିଲା ଉତେଜନା । ଗୋଡେଇ ଗୋଡେଇ ହାଣିଲେ ୩ ଯୁବକ । ମାରଣାସ୍ତ୍ର ଧରି କଲେ ଆକ୍ରମଣ । ଏକାଧିକ କର୍ମଚାରୀ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ।
ଦୀର୍ଘ ସମୟ ଧରି ଆତଙ୍କ ରଚିଥିବା ବେଳେ ଯୁବକଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ଆକ୍ରମଣ କରିଥିବା ଯୁବକଙ୍କୁ ପୋଲିସ ଜିମା ଦିଆଯାଇଛି । ସିସିଟିଭିରେ ରେକର୍ଡ ହୋଇଛି ପୁରା ଘଟଣା । ବର୍ତ୍ତମାନ ସମୟରେ ଉକ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କରାଯାଇଛି ।
ଭଦ୍ରକ: ବାହାନଗା ଟ୍ରେନ ଟ୍ରାଜେଡିର ତନାଘନା କରୁଛି ସିବିଆଇ। ଗତକାଲି ଦିନ ୧୧ଟାରୁ ସିବିଆଇ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଦୁର୍ଘଟଣାସ୍ଥଳରୁ ସିଗନାଲ ରୁମ ଯାଏ ସବୁ ଘଟଣାର ଖୋଳତାଡ କରିଥିଲା ଟିମ୍।
ଷ୍ଟେସନରେ ଥିବା ପ୍ୟାନେଲ ବୋର୍ଡ ଟ୍ୟାମ୍ପରିଂ ହୋଇଛି କି ନାହିଁ ସେ ଦିଗରେ ତଦନ୍ତ କରିଛି ଟିମ୍। ରାତିରେ ପୁଣି ସିବିଆଇର ଟେକ୍ନିକାଲ ଏକ୍ସପଟ ଟିମ ଆସି ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଥିବା ପ୍ୟାନେଲ ବୋର୍ଡ ଏବଂ ଅପ ଲାଇନରୁ ଲୁପ ଲାଇନର ଟ୍ରାକକୁ ଦେଖିଥିଲେ। ଆଜି ବି ସିବିଆଇ ଟିମ୍ ତନାଘନା କରିପାରେ ବୋଲି ସୂଚନା ମିଳିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବାର୍ଦ୍ଧକ୍ୟ ଭତ୍ତା ନମିଳିବାରୁ ୧୮ କିଲୋମିଟର ଚାଲି ଚାଲି ବ୍ଲକ କାର୍ଯ୍ୟାଳୟକୁ ଆସିଲେ ଦୃଷ୍ଟିହୀନ ଯୁବକ । ସୂଚନା ଅନୁସାରେ ଏହି ଯୁବକ ହେଉଛନ୍ତି ଆଗଲପୁର ବ୍ଲକ ଫାସଡ଼ ପଞ୍ଚାୟତ ବାବୁପାଲି ଗାଁର ହାଡୁ ଖମରି ।
ଅଧିକ ପଢନ୍ତୁ : ନିଜ ହକ୍ ମାଗିବା ପାଇଁ ଚୌକି ସାହାଯ୍ୟରେ କୋଷ କୋଷ ଦୂର ଚାଲି ଚର୍ଚ୍ଚାକୁ ଆସିଥିଲେ
ଲଗାତାର ଭାବରେ ଚାରିମାସର ଭତ୍ତା ଟଙ୍କା ନପାଇବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଭତ୍ତା ପାଇବା ଆଶାରେ ଆଜି ତାଙ୍କ ଗାଁର ଆଗଲପୁରରେ ୧୮ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଆସି ବିଡ଼ିଓ ଙ୍କୁ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ ।
ସମ୍ବଲପୁର: ସମ୍ବଲପୁରରେ ଗୋରୁ ବୋଝେଇ କଣ୍ଟେନର ଜବତ । ଧନୁପାଲି ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନକ୍ସାପାଲିରେ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । କଣ୍ଟେନର ରୁ ୭୦ ଟି ଗୋରୁ ଉଦ୍ଧାର କରାଯାଇଛି। ନକ୍ସାପାଲି ଗାଁ ଲୋକେ କଣ୍ଟେନର କୁ ସନ୍ଦେହ କରି ଅଟକାଇଥିଲେ ।
ଆଗରେ ଆଉ ୨ ଟି ଗୋରୁ ବୋଝେଇ ଗାଡି ଯାଉଥିବା ବେଳେ ଫେରାର ମାରିଥିଲେ । ଘଟଣା ସ୍ଥଳରୁ ଡ୍ରାଇଭର ଓ ଜଣେ ସହଯୋଗୀ ଫେରାର ବେଳେ ୨ ଜଣକୁ କାବୁ କରିଛନ୍ତି । ଧନୁପାଲି ପୋଲିସ ଘଟଣା ସ୍ଥଳକୁ ପହଚି ଗାଡି ଜବତ ସହ ୨ ଜଣକ ଗିରଫ କରିଛି । କେଉଠୁ କେଉ ସ୍ଥାନକୁ ଗୋରୁ ଚାଲାଣ ହେଉଥିଲା ତାହା ଜଣାପଡିନି ।
ଆହୁରି ପଢନ୍ତୁ ଓଡିଶା ଖବର...