ଭୁବନେଶ୍ୱର: ଭୁବନେଶ୍ୱର ଓ ଭଦ୍ରକ ଟାଉନକୁ କରାଯିବ ସଟ୍ ଡାଉନ। ଏହି ଦୁଇ ସହରକୁ 48 ଘଣ୍ଟା ପର୍ଯ୍ୟନ୍ତ ଅର୍ଥାତ ଦୁଇ ଦିନ ସମ୍ପୁର୍ଣ୍ଣ ଭାବେ ସଟ୍ ଡାଉନ କରାଯିବ। ଆଜି ରାତି 8ଟା ରୁ ରବିରାର ରାତି 8 ପର୍ଯ୍ୟାନ୍ତ ଉଭୟ ସହର ସମ୍ପୁର୍ଣ୍ଣ ଭାବେ ସଟ୍ ଡାଉନ ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ଏହି ସମୟରେ ଲୋକେ ଘରୁ ବାହାରି ପାରିବେ ନାହିଁ। ଖାଲି ଏତିକି ନୁହେଁ ଉଭୟ ସହରର ପରିବା-ରାସନ ଦୋକାନ ସମ୍ପୁର୍ଣ୍ଣ ବନ୍ଦ ରହିବ। କେବଳ ଔଷଧ ଦୋକାନ ଏବଂ ମେଡିକାଲ ଖୋଲା ରହିବ। ହେଲେ ଆଂଶିକ ଭାବେ ଔଷଧ ଦୋକାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସଟ୍ ଡାଉନ ସମୟରେ ଯାତାୟତ ପାସ୍ ଉପରେ ମଧ୍ୟ କଟକଣା ଲାଗିଲା ।
ଭୁବନେଶ୍ୱର ଏବଂ ଭଦ୍ରକରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଲେ ରାଜ୍ୟ ସରକାର। ସାମାନ୍ୟ ଥଣ୍ଡା, କାଶ କିମ୍ବା ଜ୍ୱର ତଥା ସାମାନ୍ୟ ଦେହ ଖରାପ ହେଲେ ଘରୁ ନ ବାହାରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି। କମ୍ୟୁନିଟି ଟ୍ରାନ୍ସମିଶନକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବୋଲି କୁହାଯାଇଛି।
