ନିର୍ବାଚନ ଆସିଲେ ନିରୀହ ଚାଷୀଙ୍କୁ ଉପେକ୍ଷିତ କରି ନିର୍ବାଚନ ଜିତିବାର ନୂଆ ଚକ୍ରାନ୍ତ କରନ୍ତି ରାଜ୍ୟ ସରକାର । କିନ୍ତୁ ପଦ୍ମପୁର ଚାଷୀ ସ୍ୱାଭିମାନୀ । ସେମାନେ ଶାସକ ଦଳର ଚାଲକୁ ବୁଝିଛନ୍ତି ଓ ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦେବେ । ପଦ୍ମପୁର ଚାଷୀ ମରୁଡିର କରାଘାତରେ ସଡୁଥିଲେ ବି ରାଜ୍ୟ ସରକାର ସେମାନଙ୍କ ପ୍ରତି କୌଣସି ସୁବିଧା ନକରି କେନ୍ଦ୍ର କିଛି ଦେଉନାହିଁ ବୋଲି ମିଥ୍ୟା ଅଭିଯୋଗ କରନ୍ତି । କେନ୍ଦ୍ର ସରକାର ଓଡ଼ିଶାର ଚାଷୀକୂଳଙ୍କ ପ୍ରତି କୋଟି କୋଟି ଟଙ୍କା ପଠାଇ ଥିବା ସତ୍ୱେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ଆଜି ରାଜ୍ୟରେ ଚାଷୀକୂଳ ହତାଶ ହୋଇଥିବା ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ କହିଛନ୍ତି ।
ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ଲୋକଙ୍କ ପାଖରେ ନପଂହଚାଇ ବଂଚିତ ରଖିଛନ୍ତି । ଯଥାଶୀଘ୍ର ଚାଷୀମାନଙ୍କ ଦାବିକୁ ରାଜ୍ୟ ସରକାର ମାନନ୍ତୁ । ଯଦି ରାଜ୍ୟ ସରକାର ଚାଷୀଙ୍କୁ ନ୍ୟାୟ ନଦିଅନ୍ତି ତାହାଲେ ଆଗାମୀ ଦିନରେ ବିଜେପି ଗାଁ ଗାଁରେ ସତ୍ୟାଗ୍ରହ କରିବ ବୋଲି ଚେତାବନୀ ଦେଇଛି । କେନ୍ଦ୍ର ସରକାର ଚାଷ ଓ ଚାଷୀଙ୍କ ସମସ୍ୟା ଦୂରୀକରଣ ପାଇଁ ଗତ ୮ ବର୍ଷରେ ବିଭିନ୍ନ ପ୍ରକାରର କୃଷିକଲ୍ୟାଣ ଯୋଜନା କାର୍ଯ୍ୟକାରି କରିଛନ୍ତି । ସର୍ବଭାରତୀୟ ସ୍ତରରେ ଚାଷୀର ଆୟ କ୍ରମାଗତ ଭାବେ ବୃଦ୍ଧି ପାଇ ୧୦ ହଜାର ହୋଇ ସାରିଥିବାବେଳେ ବିଜେଡି ସରକାର ଅମଳରେ ଓଡିଶାରେ ଚାଷୀଙ୍କ ଆୟ ମାତ୍ର ୫ ହଜାରରେ ସୀମିତ ହୋଇ ରହିଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ବିଜୁ ଜନତା ଦଳ ଚାଷୀଙ୍କ ପାଇଁ କାଳ ସାଜିଥିବାର ପ୍ରମାଣିତ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ସମ୍ପାଦକ ଅମର ନାୟକ, ଶାରଦା ପ୍ରଧାନ, ସୁଶାନ୍ତ ମଲ୍ଲିକ, ବିଭୁଦତ ପଟ୍ଟନାୟକ, ବ୍ରଜେନ୍ଦ୍ର ରାୟ, ମହେଶ ମହାନ୍ତି, ଭୁବନମୋହନ ଜେନା, କସ୍ତୁରୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।