ଅଧିକ ପଢନ୍ତୁ ଓଡ଼ିଶା ଖବର
ଅଭିଯୁକ୍ତଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ସୋମନାଥ ଅତି ଚାଲାକିର ସହ କୌଣସି ସ୍ଥାନରେ ନ ରହି ନିଜ ଜାଗା ବଦଳାଉଥିଲା । ବ୍ରାଉନ ସୁଗାର ବିକି ଅର୍ଜନ କରୁଥିବା ଟଙ୍କାରେ ଅୟସ କରୁଥିଲା ସୋମନାଥ । ଦାମି ଗାଡି ଚଢ଼ୁଥିଲା, ଡ୍ୟାନ୍ସ ବାର ଯାଇ ଟଙ୍କା ଉଡାଉଥିଲା ।
ଅଧିକ ପଢନ୍ତୁ : ଅବକାରୀ କବଜାରେ ଧଳା ଜହର ବେପାରୀ
ପୂର୍ବରୁ ଜଳେଶ୍ବରରୁ ଏବେ ପଶ୍ଚିମବଙ୍ଗ ଦିଘା ଅଞ୍ଚଳରୁ ଆଣୁଛନ୍ତି ବ୍ରାଉନ ସୁଗାର । ଅନଲାଇନ ଜରିଆରେ ହେଉଛି ଟଙ୍କା ଟ୍ରାନଜେକସନ । ଇ କମର୍ଶ କମ୍ପାନୀ ନାଁରେ ପ୍ୟାକେଟ ଯୋଗେ ଲାଇନ ଟ୍ରକରେ ପଠା ଯାଉଛି ବ୍ରାଉନ ସୁଗାର । ସ୍ବତନ୍ତ୍ର କୋଡ଼ ଜରିଆରେ ହେଉଛି ବ୍ରାଉନ ସୁଗାର ଡିଲ । ଖୋର୍ଦ୍ଧା କିମ୍ବା ଭୁବନେଶ୍ୱରକୁ ଆସିବା ପରେ ପେଡଲର ମାନଙ୍କୁ ପଠା ଯାଉଛି ।