ଭୁବନେଶ୍ବର ନାଇଟ୍ସ ରାଉଣ୍ଡ ଟେବୁଲ ଏବଂ ଭୁବନେଶ୍ବର କୁଇନ ଲେଡିଜ୍ କ୍ଲବ୍ ପକ୍ଷରୁ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ହଜାର ହଜାର ଲୋକେ ଯୋଗ ଦେଇଥିଲେ । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଜେଡି ନେତା ଆକାଶ ଦାସନାୟକଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଭୁବନେଶ୍ବର କଳିଙ୍ଗ ହସ୍ପିଟାଲରୁ ନନ୍ଦନକାନନ ଯାଏ ଦୀର୍ଘ ୧୧ କିମି ତ୍ରିରଙ୍ଗା ଯାତ୍ରା । ସମସ୍ତଙ୍କ ମଧ୍ୟରେ ଦେଶାତ୍ମବୋଧକ ଭାବନା ଆଣିବା ଏହି ତ୍ରିରଙ୍ଗା ଯାତ୍ରାର ଥିଲା ଉଦ୍ଦେଶ୍ୟ । ଏହାକୁ ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବାକୁ ପ୍ରୟାସ କରାଯାଇଥିବା କହିଛନ୍ତି ଆୟୋଜକ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।