ଭୁବନେଶ୍ୱର: ଯେତେ ଚେତାଇଲେ ବି ଚେତୁନି ବିଏମ୍ସି । ରାଜଧାନୀର ମୁକୁଳା ଡ୍ରେନ ଗୋଟିଏ ପରେ ଗୋଟିଏ ଜୀବନ ନେଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଯେପରି ମୁକ ବଧିର ପାଲଟିଯାଇଛି । ଅନ୍ୟପଟେ ଅସରାଏ ବର୍ଷାରେ ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ପୂର୍ବତନ ମେୟର ତଥା ବର୍ତ୍ତମାନ ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ଏହି ସମସ୍ୟା ନେଇ ବିଧାନସଭାରେ ଉଠାଇଥିଲେ ମଧ୍ୟ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମୁହଁ ମୋଡ଼ିଛନ୍ତି ।
ଗତ ୪ ବର୍ଷ ଭିତରେ ୩ ଜଣ ଲୋକ ଡ୍ରେନରେ ଭାସିଯାଇ ଜୀବନ ହରାଇଥିଲେ ମଧ୍ୟ ସବୁ ଦେଖି ଆଖିକାନ ବନ୍ଦ କରି ଦେଇଛି ବିଏମସି । ଏହା ହେଉଛି ସ୍ମାର୍ଟ ସିଟିର ଡ୍ରେନେଜ୍ ବ୍ୟବସ୍ଥାର ନଗ୍ନ ଚିତ୍ର । ସେହିପରି ଅସରାଏ ବର୍ଷାରେ ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଜଳ ନିଷ୍କାସନ ବାଟ ବି ବାହାର କରିପାରୁନି ପ୍ରଶାସନ । ତେବେ ବାରମ୍ବାର ବର୍ଷା ଦିନେ ସ୍ମାର୍ଟ ସିଟିର ଏପରି ସ୍ଥିତି ବିଏମ୍ସିର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ରାଜଧାନୀ ବାସିନ୍ଦା ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଅନ୍ୟପଟେ ରାଜଧାନୀରେ ଏଭଳି ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏଭଳି ଘଟଣା ପାଇଁ ବିଏମ୍ସି ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ବିଜେପି କହିଥିବା ବେଳେ ବିଏମ୍ସି କାର୍ଯ୍ୟାଳୟ ଘେରାଉ କରିବାର ଚେତାବନୀ ଦେଇଛି କଂଗ୍ରେସ ।
ଅର୍ଗସ ବ୍ୟୁରୋ : ଲୋକପ୍ରିୟତାରେ ବିଶ୍ଵର ଅନ୍ୟ ନେତାମାନଙ୍କୁ ପୁଣି ଥରେ ପଛରେ ପକେଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ନୁହେଁ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ପୁଣି ଥରେ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ପୁଣ ଥରେ ବିଶ୍ବରେ ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି । ବିଶ୍ବ ନେତାଙ୍କୁ ପଛରେ ପକାଇ ୭୬ ପ୍ରତିଶତ ରେଟିଂ ପାଇଛନ୍ତି । ମର୍ଣ୍ଣିଂ କନସଲ୍ଟ ଦ୍ବାରା ପ୍ରକାଶିତ ଗ୍ଲୋବାଲ୍ ଆପ୍ରୁଭାଲ୍ ଲିଡର୍ ସର୍ଭେ ରିପୋର୍ଟରେ ପ୍ରଥମ ସ୍ଥାନରେ ରହିଛନ୍ତି ଆମ ପ୍ରଧାମମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପଛକୁ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର୍ ୬୬ ପ୍ରତିଶତ ରେଟିଂ ପାଇଛନ୍ତି । ସେହିଭଳି ସୁଇସ୍ ରାଷ୍ଟ୍ରପତି ଆଲେନ୍ ବର୍ସେଟଙ୍କୁ ୫୮ପ୍ରତିଶତ ରେଟିଂ ଏବଂ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ପ୍ରତିଶତ ରେଟିଂରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୪୦ ପ୍ରତିଶତ ରେଟିଂ ସହ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି । ଯାହା କି ମାର୍ଚ୍ଚ ପରଠାରୁ ତାଙ୍କର ସର୍ବୋଚ୍ଚ ଆପ୍ରୁଭାଲ ରେଟିଂ ।
ଅଧିକ ପଢନ୍ତୁ ଭାରତ ଖବର
‘ମର୍ଣ୍ଣିଂ କନସଲ୍ଟ’ ପକ୍ଷରୁ ସଂଗ୍ରହ କରାଯାଇଥିବା ତଥ୍ୟ ୨୨ ଜଣ ବିଶ୍ୱସ୍ତରୀୟ ନେତାଙ୍କ ଉପରେ କରାଯାଇଥିବା ସର୍ଭେ ଉପରେ ଆଧାରିତ ହୋଇଛି । ସେପ୍ଟେମ୍ବର ୬ରୁ ୧୨, ୨୦୨୩ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ବିଶ୍ୱ ତାଲିକାରେ ସର୍ବନିମ୍ନ ୧୮% ଡିସଆପ୍ରୁଭାଲ ରେଟିଂ ରହିଛି । ତାଲିକାର ଶ୍ରେଷ୍ଠ ୧୦ ନେତାଙ୍କ ମଧ୍ୟରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସର୍ବାଧିକ ୫୮ ପ୍ରତିଶତ ନାପସନ୍ଦ କରାଯାଇଛି ଏବଂ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ହତ୍ୟାକୁ ନେଇ ଭାରତ ସହ କାନାଡାର କୂଟନୈତିକ ମତଭେଦ ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି ।
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଆଇଟି ରେଡ ନେଇ ବିଜେପିର ଅଭିଯୋଗ ଉପରେ ବିଜେଡ଼ି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ମନ୍ତ୍ରୀଙ୍କ କିଛି ସଂପୃକ୍ତି ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ତା ବାଟରେ ଯିବ। ଯିଏ ସଂପୃକ୍ତ ଥିବ କାର୍ଯାନୁଷ୍ଠାନ ହେବ। ଯେ କୌଣସି ଦଳରେ ଯିଏ ଥିବ କାର୍ଯାନୁଷ୍ଠାନ ହେବ। ସଠିକ୍ ଅନୁସନ୍ଧାନ ଚାଲିଛି। ଆଇଟି ତଦନ୍ତ କରୁଛି ସତ୍ୟାସତ୍ୟ ସାମ୍ନାକୁ ଆସିବ। ବିରୋଧି ତାଙ୍କ କଥା କହିବେ। ବିଜେଡିରେ କିନ୍ତୁ କେହି ସଂପୃକ୍ତ ନାହାନ୍ତି। କିନ୍ତୁ ଓଡିଶା ଭଳି ରାଜ୍ୟରେ ଏତେ ଟଙ୍କା ନଗଦ କ୍ୟାସ ବାହାରିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛି ବୋଲି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧରନ କହିଛନ୍ତି। ଏହାସହ ଆହୁରି କହିଛନ୍ତି ଯେ, ମହୁଆ ମୋଇତ୍ରଙ୍କ ଘଟଣାରେ ପିନାକୀ ମିଶ୍ରଙ୍କର କୌଣସି ସମ୍ପର୍କ ନାହିଁ। ବିଜେପି ଅଭିଯୋଗର କୌଣସି ବାସ୍ତବତା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: