ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ କସ୍ତୁରୀ ବାଳା ସ୍ୱାଇଁ ନାମକ ଜଣେ ମହିଳା ତମାଣ୍ଡୋ ଅଞ୍ଚଳରେ ଜମି ଦାନ କରିବାରୁ ଉକ୍ତ ଜାଗାରେ ମା' ଗୋଶାଳାର ଆରମ୍ଭ କରୁଛନ୍ତି ରାଷ୍ଟ୍ରୀୟ ଗୋ ସେବା ପରିଷଦ । ପରିଷଦ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଗୋସେବା ପାଇଁ ସରକାରୀ ଜାଗା ପାଇଁ ଅନୁରୋଧ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ଜମି ଯୋଗାଇଦିଆଯିବ ବୋଲି କୁହାଯାଇଛି । ତେବେ ଆଗକୁ ପ୍ରସସ୍ତ ଜାଗା ଖଣ୍ଡିଏ ମିଳିଲେ ଖୋର୍ଦ୍ଧା ଜିଲ୍ଲାର ଆଖପାଖ ଅଞ୍ଚଳରେ ଦୁର୍ଘଟଣା ଘଟୁଥିବା ନନ୍ଦୀ ଓ ଗୋମାତାଙ୍କୁ ଆଗମୀ ଦିନରେ ମାଗଣାରେ ଚିକିତ୍ସା କରାଯିବ ବୋଲି ରାଷ୍ଟ୍ରୀୟ ଗୋ ସେବା ପରିଷଦ ପକ୍ଷରୁ କୁହାଯାଇଛି ।