'ମୋତେ ଅପହରଣ କରାଯାଇଛି। ମୁଁ କେଉଁଠି ଅଛି କିଛି ଜାଣିନି । ମୋତେ ଉଦ୍ଧାର କର !'
ଏଭଳି ଏକ ଭଏସ ମେସେଜ କରି ସ୍ତ୍ରୀଙ୍କ ପାଖକୁ ହ୍ୱାର୍ଟଆପରେ ପଠାଇଥିଲେ ପତିତପାବନ। କିନ୍ତୁ ସତ ଆଜି ଧରାପଡିଛି।
କଥାରେ ଅଛି ପ୍ୟାର 'ଅଚ୍ଛେ ଅଚ୍ଛୋଁ କି ବ୍ୟାଣ୍ଡ ବଜାଦେତା ହେଁ'। ମାନେ ଆପଣ ବୁଝି ପାରୁନଥିବେ । ପ୍ରେମରେ ପଡିଥିଲେ ଡେଲିଭରି ବଏ। ସେଇଥିପାଇଁ ଏ ଅପହରଣ ନାଟକ ରଚନା କରାଯାଇଥିଲା।
ଆସନ୍ତୁ ଜାଣିବା ପୂରା ଘଟଣା।
ଧଉଳିରେ ଡେଲିଭରି ବଏ ପତିତପାବନଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପତ୍ନୀ ନିକଟରେ ଅଭିଯୋଗ କରିଥିଲେ। Swiggy ଡେଲିଭରି ବଏ ଭାବେ କାମ କରୁଥିବା ଏହି ଯୁବକଙ୍କ ଚପଲ, ବ୍ୟାଗ, ଗଂଜି ଓ ଏକ ଛୁରୀ ଦୟା ନଦୀ ରାସ୍ତାରେ ପଡ଼ିଥିବା ପୋଲିସ ଜାଣିବା ପରେ ଘଟଣାର ସତ୍ୟତା ଉପରେ ତଦନ୍ତ ଆରମ୍ଭ ହେଲା। ନଦୀ କୂଳରେ ଏ ସବୁ ଜିନିଷ ମିଳିଥିବାରୁ ସତରେ ତାଙ୍କୁ କେହି ଅପହରଣ କରିଥାଇ ପାରେ ବୋଲି ତଦନ୍ତ ହେଲା।
ଏହି ଘଟଣାକୁ ଦିନକ ନ ପୁରୁଣୁ ନୂଆ ମୋଡ ନେଲା ଘଟଣା।ବର୍ତ୍ତମାନ ଡ୍ରାମାରୁ ପରଦା ହଟିଛି ବୋଲି ପୁଲିସ କହିଛି। କାରଣ ମଧ୍ୟପ୍ରଦେଶରୁ ପତିତ ପାବନ ପୃଷ୍ଟି ଓରଫ ଅପହୃତ ଡେଲିଭରି ବଏଙ୍କ ସନ୍ଧାନ ପାଇଛି କମିଶନରେଟ ପୁଲିସ ।
ରେଲୱେ ପୋଲିସ ସହାୟତାରେ ପତିତପାବନ ଓ ତାଙ୍କ ସହ ଥିବା ଏକ ଯୁବତୀଙ୍କୁ ଅଟକ ରଖାଯାଇଛି । ମଧ୍ୟପ୍ରଦେଶରେ ଦୁହିଁଙ୍କୁ ଅଟକ ରଖି ମଧ୍ୟପ୍ରଦେଶ ଅଭିମୁଖେ ଯାଉଛି କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ।
ଡେଲିଭରି ବୟ ଅପହରଣ ନୁହଁ ନାଟକ ରଚି ଏକ ଯୁବତୀଙ୍କ ସହ ଫେରାର ହେଉଥିଲେ ବୋଲି ସ୍ପଷ୍ଟ କରିଛି ପୁଲିସ୍।
ଭାଇରାଲ ହୋଇଥିବା ଅଡିଓ ଏକ ନାଟକ ଥିଲା। ସେପଟେ ଡେଲିଭରି ବଏ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ଆସିଛି । ସମ୍ପୃକ୍ତ ଯୁବତୀଙ୍କ ପରିବାର ଏନେଇ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ନିଖୋଜ ଯୁବତୀଙ୍କର ପତିତପାବନଙ୍କ ସହ ସମ୍ପର୍କ ଥିବା ସୂଚନା ରହିଛି । ତେବେ ଘଟଣାସଂପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।