କେହି କିଛି ମାନିଲେନି । ଘରେ ମୁଣ୍ଡିଆ ଖାଇବେ ବୋଲି ସତ୍ୟବାନ ଗାଇଡଲାଇନ ଭାଙ୍ଗିଲେ । କୋଉଠି କୋଉଠି ସାବିତ୍ରୀ ବି। ଫଳବାଲା କାଉଲୁ ବାଉଳୁ ହୋଇପଡୁଥାନ୍ତି।
ତଥାପି ଚଢା ଦର କୁମୁ ନ ଥାଏ। ସପୁରୀ ହଉ କି ଖଜୁରୀ କୋଳି। କଞ୍ଚା ହେଲେ ବି ୨ ଗୁଣୁ ଦର ଅଧିକ। ସେପଟେ ବୁଢା ତାଳ ଗୋଟାକୁ ୨୦ ଟଙ୍କାରେ ବିକୁଥାନ୍ତି ବେପାରି।
ଏମିତି ଟଣାଓଟରା ଭିତରେ ରାଜଧାନୀର ସକାଳ ସ୍ଥିତି ଏମିତି ହେଲା ଯେ, ପୋଲିସ ମାଳ ମାଳ ହୋଇ ବୁଲିଲା।
ଲୋକେ ଦେଖୁଥାନ୍ତି ତଥାପି ସେଚତନ ହେଉ ନ ଥାନ୍ତି। ଫଳରେ ଆରମ୍ଭ ହେଲା ରସିଦ୍ କଟା। କେହି କେହି କ୍ୟାମେରା ଦେଖି ମୁହଁରେ ମାସ୍କ ମାଡିଦେଉଥିଲେ। ହେଲେ ପୁଲିସ ଛାଡିବା ଜନ୍ତୁ ନୁହେଁ। ଫାଇନ କଟା ଚାଲିଥିଲେ ବି ଲୋକେ ସଚେତନ ହେଉ ନ ଥାନ୍ତି।