ଲୋକ ସଂଖ୍ୟା ସହ ସମସ୍ୟ ମଧ୍ୟ ବଢିଛି । ଗାଁ ଛାଡି ଲୋକେ ସ୍ମାର୍ଟ ସିଟିରେ ରହିବାକୁ ବେଶି ପସନ୍ଦ କରୁଛନ୍ତି । ଉନ୍ନତମାନ ଶିକ୍ଷା, ସ୍ୱାସ୍ଥ୍ୟ ସେବା ସବୁ ଅଛି ରାଜଧାନୀରେ । ଅନେକ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇଛି ରାଜଧାନୀ । ବିଶ୍ୱସ୍ତରୀୟ ସହର ପାଇଁ ଯୋଜନା ହୋଇଛି ସତ ହେଲେ ବି ରହିଛି ଅନେକ ସମସ୍ୟା ।
ଜଳନିଷ୍କାସନ ସମସ୍ୟା ହେଉ କି ରାସ୍ତାଘାଟ, ଅନିୟନ୍ତ୍ରିତ ଟ୍ରାଫିକ୍ ହେଉ ଏ ସବୁ ସହରବାସୀଙ୍କୁ ନିୟମିତ ଅଣନିଶ୍ୱାସୀ କରୁଛି । ଅନ୍ୟପଟେ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।