ଏହାସହ ବାଇକରେ ଡେୟାରଡେଭିଲ କଳା ପ୍ରଦର୍ଶନ ସମେତ ଓଡ଼ିଶା ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ କରାଯାଇଛି । ରାଜ୍ୟର ଲୋକକଳା, ପାରମ୍ପରିକ ବାଦ୍ୟ , ପଶୁ ନୃତ୍ୟ ପ୍ରଦର୍ଶନ କରାଯିବ ସାଧାରଣତନ୍ତ୍ର ଦିବସରେ । ଭୁବନେଶ୍ବରର ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ସମେତ ଭାରତ ସ୍କାଉଟ ଆଣ୍ଡ ଗାଇଡର ପରେଡ୍ରେ ସାମିଲ ହେବେ ।
ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ରହିବ ପୁରା ସୁରକ୍ଷା ବ୍ୟବସ୍ଥା । 3 ସ୍ତରୀୟ ସୁରକ୍ଷା ବଳୟରେ ରହିବ ଗାନ୍ଧୀମାର୍ଗ । 30 ପ୍ଲାଟୁନ ପୋଲିସ ଫୋର୍ସ ଓ 200 ବଛା ବଛା ଅଫିସର ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ । ଚଳିତ ବର୍ଷ ପ୍ୟାରେଡ଼ କମାଣ୍ଡିଂ କରିବେ କେସିଙ୍ଗା ଏସ୍ଡିପିଓ ୟସପ୍ରତାପ ଶ୍ରୀମାନ ।ସରିଛି ପ୍ରସ୍ତୁତି। ଅପେକ୍ଷା ଜାନୁଆରୀ ୨୬କୁ ।