ଅଧିକ ପଢନ୍ତୁ ଓଡ଼ିଶା ଖବର
ଗଜାନନ ବିଷ୍ଣୁ ଅବତାରରେ ଦର୍ଶନ ଦେବେ ଭକ୍ତଙ୍କୁ । ହାତରେ ରହିବ ଗଦା, ଶଙ୍ଖ ଓ ୩୮କେଜି ଓଜନର ଲଡୁ । ବାହାର ଗେଟ ମନ୍ଦିରର ମୁଖଶାଳା ଢାଞ୍ଚାରେ କରାଯାଇଛି । ମାସେରୁ ଅଧିକ ସମୟ ଧରି ଚାଲିଛି ଗଜାନନ ମୂର୍ତ୍ତି ପ୍ରସ୍ତୁତି କାର୍ଯ୍ୟ । ଗଜାନନଙ୍କ ୮ଫୁଟର ବାହାନ ମଧ୍ୟ ତିଆରି ଚାଲିଛି । ଇକୋ ଫ୍ରେଣ୍ଡଲି ଗଜାନନ ପ୍ରସ୍ତୁତି ପାଇଁ ଲାଗିଛନ୍ତି କରାଗର ।
ମାଟି,ନଡା,କତା,ଅଖା,ବାଉଁଶର ବ୍ୟବହାର କରି ତିଆରି ଚାଲିଛି ଏହି ମୂର୍ତ୍ତି । ଚଳିତ ବର୍ଷ ୪ ଲକ୍ଷ ଟଙ୍କାର ବଜେଟ ରହିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିବା କହିଛନ୍ତି ପୂଜା କମିଟି ସଦସ୍ୟ । ନିଆରା ଢଙ୍ଗରେ ପ୍ରସ୍ତୁତ ଏହି ମୂର୍ତ୍ତି ଓ ମଣ୍ଡପ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି ।