ଅଧିକ ପଢନ୍ତୁ ଓଡ଼ିଶା ଖବର
ଅଭିଯୁକ୍ତଙ୍କ ପାଖରୁ ଜବତ ହୋଇଥିବା ଅଟୋମେଟିକ୍ କାର୍ବାଇନ୍ ବନ୍ଧୁକ ସାଧାରଣରେ ବ୍ୟବହାର ପାଇଁ ନିଷିଦ୍ଧ । ବଡ଼ ବଡ଼ ଗ୍ୟାଙ୍ଗଷ୍ଟାର ଓ ମାଓ ଲିଡର ଏହି ବନ୍ଧୁକ ବ୍ୟବହାର କରୁଥିବା ବେଳେ ଡି-ବଦର୍ସଙ୍କ ବାସଭବନରୁ ମିଳିଥିଲା ଏଭଳି ଏକ ବନ୍ଧୁକ । ପ୍ରାଥମିକ ତଦନ୍ତରୁ ବନ୍ଧୁକଟି ଅରିଜିନାଲ ଅସଲି ଓ ଫ୍ୟାକ୍ଟ୍ରି ମେଡ୍ ବୋଲି ଜଣାପଡ଼ିଥିବା ବେଳେ, ସଞ୍ଜୟଙ୍କ ପାଖକୁ ଏହା କେମିତି ଆସିଲା ତାହାର ଖୋଳତାଡ଼ କରୁଛି ପୋଲିସ । ବନ୍ଧୁକର ମୂଳ ଜାଣିବା ପାଇଁ SFSL ଓ କ୍ରାଇମବ୍ରାଞ୍ଚକୁ ବନ୍ଧୁକର ତଥ୍ୟ ପଠାଇବ କମିଶନରେଟ୍ ପୋଲିସ ।
ତେବେ ୨୦୧୪ରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲା ସଞ୍ଜୟ ଖୁଣ୍ଟିଆ । ଦୁର୍ଦାନ୍ତ ଅପରାଧୀ ଚଗଲା ମଲ୍ଲିକର ଥିଲା ସହଯୋଗୀ । ସେହିପରି ବଟକୃଷ୍ଣ ପାଣି ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ଥିବା ବେଳେ ଗୋଚାଲାଣ ଓ ଗୋ-ମାଂସ କାରବାରର ଥିଲା ମାଷ୍ଟର ମାଇଣ୍ଡ । ଏମାନଙ୍କ ନାମରେ ରହିଛି ୭ଟି ବଡ଼ ଧରଣର ମାମଲା । ପୁରୁଣା ମାମଲା ଗୁଡ଼ିକର ଖୋଳତାଡ଼ କରିବା ସହ ଏମାନଙ୍କ ଜାମିନ ନାମାଞ୍ଜୁର ପାଇଁ କୋର୍ଟରେ ଆବେଦନ କରିବ ପୋଲିସ ।