ଏ ସରକାର ହେଉଛନ୍ତି ମିଛ ପ୍ରବଞ୍ଚନାର ସରକାର...
ଭୁବନେଶ୍ଵର: ଭୁବନେଶ୍ଵରର ଟ୍ୟାକ୍ସି ଡ୍ରାଇଭର ସୁଧିର କୁମାର ସାହୁଙ୍କୁ କୋରାପୁଟ ବୋରିଗୁମ୍ମାରେ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଭୁବନେଶ୍ୱରରୁ ଗାଡି ବୁକ କରି ଆଣି ଥିବା ଦୁଇ ଜଣ ମହିଳା ଓ ପୁରୁଷ ହିଁ ଏହି ଘଟଣାର ମୁଖ୍ୟ ହତ୍ୟାକାରୀ। ଅଭିଯୁକ୍ତଙ୍କୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳେ ଏମାନଙ୍କ ଘର ଯାଜପୁରରେ ହୋଇଥିବା କୋରାପୁଟ ଏସପି ସୂଚନା ଦେଇଛନ୍ତି।
ଗତ ମାସ ୨୬ ତାରିଖ ଦିନ ଏହି ଦୁଇ ଜଣ ଅଭିଯୁକ୍ତ ଗୁପ୍ତେଶ୍ବର ବୁଲିବା ପାଇଁ ସୁଧିରଙ୍କ ଗାଡି ଭୁବନେଶ୍ୱରରେ ବୁକ କରିଥିଲେ। ତେବେ ଏହି ସମୟରେ ସୁଧିର ମହିଳାଙ୍କ ସହ ଅସଦାଚରଣ କରିବାରୁ ଦୁଇ ଅଭିଯୁକ୍ତ ସୁଧିରଙ୍କୁ ହତ୍ୟା କରି ଗାଡି ନେଇ ଚାଲି ଯାଇଥିବା ପୋଲିସ ସୂଚନା ଦେଇଛି।