ଅଧିକ ପଢନ୍ତୁ ଓଡ଼ିଶା ଖବର
ଗୁରୁବାରଠାରୁ ରାଜ୍ୟବ୍ୟାପୀ ପୁଣି ବିଇଓଙ୍କ ଅଫିସ୍ ଆଗରେ ଆରମ୍ଭ ହେବ ଧାରଣା । ଏଥିସହ ଆସନ୍ତା ୨୬ ତାରିଖରେ ଭୁବନେଶ୍ବର ଲୋୟର ପିଏମଜିରେ ହେବ ମହାସମାବେଶ । ଏଥିରେ ୧ ଲକ୍ଷରୁ ଅଧିକ ଶିକ୍ଷକ ଯୋଗ ଦେଇ କରିବେ ଗୁରୁଗର୍ଜନ । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ କହିଛି ସ୍କୁଲରେ ପାଠପଢ଼ା ପ୍ରଭାବିତ ହେଲେ ସରକାର ଦାୟୀ ରହିବେ । ତେବେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ସରକାର ଶିକ୍ଷକଙ୍କ କଥା ଆଲୋଚନାକୁ ନେଇଛନ୍ତି, ତେଣୁ ସେମାନେ ସ୍କୁଲରେ ପାଠ ପଢା ଜାରି ରଖନ୍ତୁ ।
ଦାବିରେ ଅଟଳ ଶିକ୍ଷକ, ସରକାର ବି ଜିଦଖୋର । ପ୍ରଥମେ ବିଇଓ ଓ ଡିଇଓଙ୍କୁ ମାଧ୍ୟମ କରି ଶିକ୍ଷକଙ୍କୁ ନାଲି ଆଖି ଦେଖାଇଥିଲେ ସରକାର । ଆନ୍ଦୋଳନ ଭାଙ୍ଗିବାକୁ ପ୍ରୟାସ କରିଥିଲେ । ୧୦ଟି ସଂଗଠନ ମିଶି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବ୍ୟାନରରେ ଚାଲିଥିବା ଆନ୍ଦୋଳନରେ ସଂଖ୍ୟା ଲଘୁ ଥିବା ସଂଗଠନ ଏବେ ପଛ ଘୁଞ୍ଚା ଦେଇଛି, କିନ୍ତୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବ୍ୟାନରରେ ଆନ୍ଦୋଳନ ଜାରି ରଖିବେ ଲକ୍ଷାଧିକ ଶିକ୍ଷକ । ସେପଟେ ପୁରୀ, କୁଚିଣ୍ଡା ଭଳି ଅନେକ ସ୍ଥାନରେ ଜାରି ରହିଛି ଶିକ୍ଷକଙ୍କ ଧାରଣା ।
ରାଜ୍ୟରେ ୧୩ ଦିନ ହେଲା ୫୬ ହଜାର ସ୍କୁଲରେ ପାଠପଢ଼ା ପ୍ରଭାବିତ । ଗୋଟିଏ ପଟେ ଶିକ୍ଷକଙ୍କ ଦାବିକୁ ସମ୍ମାନ ନ ଦେଇ ସରକାର ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଖେଳ । ଅନ୍ୟପଟେ ଆନ୍ଦୋଳନ ଭଣ୍ଡୁର କରିବାକୁ ଲଲିପପ୍ ଦେଉଛନ୍ତି ସରକାର ।