ଅର୍ଗସ ବ୍ୟୁରୋ : ନୂଆ ଗାଡ଼ି ଦେଖାଇ ଅଚଳ ଗାଡ଼ି ବିକ୍ରି । ଗ୍ରାହକଙ୍କୁ ଠକୁଛି ପଟିଆ ସ୍ଥିତ ଟିଭିଏସ ଶୋରୁମ୍ । ପଟିଆ କୋଏଲ କ୍ୟାମ୍ପସ ନିକଟରେ ଥିବା ଟିଭିଏସ ଶୋ-ରୁମ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଗ୍ରାହକ । ସତ୍ୟ ପ୍ରକାଶ କବାଟ ନାମକ ଜଣେ ବ୍ୟକ୍ତି ତାଙ୍କ ଭାଇ ବୁକ୍ କରିଥିବା ଗାଡ଼ି ଆଣିବାକୁ ଶୋ-ରୁମ ପହଞ୍ଚିଥିଲେ । ହେଲେ ଶୋରୁମରେ ଦେଖିଥିଲେ, ତାଙ୍କ ଭାଇଙ୍କ ପାଇଁ ରେଜିଷ୍ଟ୍ରେସନ ହୋଇଥିବା ଗାଡ଼ିଟିର ପାର୍ଟ୍ସ ସବୁ ଶୋ-ରୁମ କର୍ମଚାରୀ ଖୋଲି ଗାଡ଼ି ମରାମତି କରୁଥିଲେ । ତାଙ୍କୁ ନପଚାରି ନୂଆ ଗାଡ଼ିକୁ କାହିଁକି ମତାମତି କରୁଛନ୍ତି ବୋଲି ପଚାରିଥିଲେ ସତ୍ୟ ପ୍ରକାଶ।
ହେଲେ ଶୋ-ରୁମ କର୍ମଚାରୀ ଗାଡ଼ିଟି ଠିକ ନଥିବା ସ୍ୱୀକାର କରିଥିଲେ । ଏହାଶୁଣିବା ପରେ ସତ୍ୟ ପ୍ରକାଶ ଟଙ୍କା ଫେରାଇବା ପାଇଁ କହିଥିଲେ କିନ୍ତୁ ଶୋ-ରୁମ କର୍ମଚାରୀ ତାଙ୍କ ଦୁର୍ବ୍ୟବହାର କରିବା ସହ ଟଙ୍କା କିମ୍ୱା ଅନ୍ୟ ଗାଡ଼ି ଦେବାକୁ ମନା କରିଥିଲେ । ସେପଟେ ଏହି ଶୋରୁମରେ ଡେମୋ ବା ଟେଷ୍ଟ ଡ୍ରାଇବ ପାଇଁ ରଖାଯାଇଥିବା ଗାଡ଼ି ଗ୍ରାହକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏହାସହ ନୂଆ ଗାଡ଼ି ଦେଖାଇ ଶୋ-ରୁମ କର୍ମଚାରୀ ଗାଡ଼ିର ପାର୍ଟ୍ସ ବଦଳାଇ ଦେଉଥିବା ମଧ୍ୟ କିଛି ଗ୍ରାହକ ଅଭିଯୋଗ କରିଛନ୍ତି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ