ଇଏ ଦୁଇଟି ଘଟଣା କଟକ ଜିଲ୍ଲାର। କଟକର ଦୁଇଟି ଘରୋଇ ହସ୍ପିଟାଲ ନାଁରେ ଆସିଛି ଏଭଳି ଅଭିଯୋଗ।କେବଳ ଏତିକି ନୁହେଁ ରାଜ୍ୟ ସାରା ମାତିଛନ୍ତି ତଲାଲ।ଆଠଗଡରେ ମଧ୍ୟ ସମାନ ଢଙ୍ଗରେ ବିଏସକେୱାଇ ହିତାଧିକାରୀ ଘରୋଇ ନର୍ସିଂହୋମର ଶିକାର ହୋଇଛନ୍ତି। ଏ ହେଉଛନ୍ତି ଆଠଗଡ ବ୍ଲକ ମାଣିଆବନ୍ଧ ଅଞ୍ଚଳର ରୂପା ପ୍ରଧାନ। ପଣ୍ଡା ନର୍ସିଂହୋମରେ ସ୍ଵାମୀଙ୍କ ଅପରେସନ ହେବ ବୋଲି କହି ତାଙ୍କୁ ଗାଁରୁ ଡାକି ଆଣିଲେ ପଣ୍ଡା ନର୍ସିଂହୋମର ଜଣେ କର୍ମଚାରୀ। ଏବେ କଣ କହୁଛନ୍ତି ଶୁଣନ୍ତୁ ରୂପାଙ୍କଠାରୁ।
ବିଏସକେୱାଇ କାର୍ଡ ଜାଲିଆତି ଅଭିଯୋଗ ପରେ ପ୍ରଥମେ କଟକରେ ଥିବା ସାଉଥ ପଏଣ୍ଟ ହସ୍ପିଟାଲରେ ରେଡ ହେଲା ଓ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସମେତ ୫ ଜଣଙ୍କୁ ଗିରଫ କରାଗଲା। ଏବେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ସେହିପରି ଆଠଗଡର ପଣ୍ଡା ନର୍ସିଂହୋମ ବିରୋଧରେ ସମାନ ଅଭିଯୋଗ ଆସିବା ପରେ ସଂପୃକ୍ତ ନର୍ସିଂହୋମ ସିଲ୍ କରିଦିଆ ଯାଇ ତଦନ୍ତ କରାଯାଉଛି। ବଡ ପ୍ରଶ୍ନ, ସରକାରୀ କଳର ଅପବ୍ୟବହାର କରିବା ପାଇଁ ଏମାନଙ୍କ ନିକଟରେ ସାହାସ ଆସିଲା କେମିତି ? ସ୍ଥାନୀୟ ପ୍ରଶାସନ ଓ ଘରୋଇ ହସ୍ପିଟାଲର ମଧୁ ଚନ୍ଦ୍ରିକାରେ ବିଏସକେୱାଇ କାର୍ଡ ଜାଲିଆତି ହେଉଛି କି ?
ଗୋଟିଏ ପଟେ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ନେଇ ଦୁର୍ନୀତି ଓ ଦୂରାବସ୍ଥା , ଅନ୍ୟପଟେ ରାଜନୈତିକ ଅଭିସନ୍ଧି ରଖି ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନଥିବା ଅଭିଯୋଗ। ଫଳରେ ଯୋଜନାର ଲାଭରୁ ବଞ୍ଚିତ ସାଢେ ୪ କୋଟି ଓଡ଼ିଆ। ଓଡିଶା ବାହାରେ ବି କାମ କରୁଥିବା 1 କୋଟି ଗରିବ ଓଡ଼ିଆ ଏଥିରୁ ବଞ୍ଚିତ। 2018 ସେପଟେମ୍ବର 23ରେ ଲାଗୁ ହୋଇଥିଲା ଆୟୁଷ୍ଣାନ ଭାରତ ଯୋଜନାରେ ଲୋକଙ୍କୁ 5 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସୁବିଧା ମିଳୁଛି। ଏବେ ସୁଦ୍ଦା ପୁରା ଦେଶରେ 75 କୋଟି ଲୋକ ଏହାର ଫାଇଦା ପାଉଛନ୍ତି। କାଳେ ମୋଦି ସରକାର ବାହାବା ନେଇଯିବେ ସେ ଭୟରେ ଓଡିଶା 4 ବର୍ଷ ହେବ ଆୟୁଷ୍ମାନ ଲାଗୁ କରୁନଥିବା ଚର୍ଚ୍ଚା ହେଉଛି।