ଏବେ ନଜର ପକାଇବା ପୁରା ଘଟଣାକ୍ରମ ଉପରେ। 2021 ଜାନୁୟାରୀର ହୋଇଥିଲା ମାହାଙ୍ଗା ଡବଲ ମର୍ଡର। ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ କରାଯାଇଥିଲା ହତ୍ୟା। ସେତେବେଳେର ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଲାଗିଥିଲା ଦଫା 302। ମୁଦାଲା ନମ୍ବର 13 ଥିଲେ ବିଜେଡି ବିଧାୟକ ପ୍ରତାପ ଜେନା। ପୋଲିସ ଚାର୍ଜସିଟରୁ କାଟିଦେଇଥିଲା ପାୱାରଫୁଲ୍ ପ୍ରତାପଙ୍କ ନାଁ । କୁଳମଣି ବରାଳଙ୍କ ପରିବାର ଏହା ବିରୋଧରେ କୋର୍ଟରେ ଆବେଦନ କରିଥିଲେ। ଏହା ଭିତରେ ମାହାଙ୍ଗା ଡବଲ ମର୍ଡର ଅଭିଯୁକ୍ତ କାବୁଆର ମୃତ୍ୟୁ ସନ୍ଦେହ ଘେରରେ।
ପ୍ରତାପ ଜେନାଙ୍କ ପରିବାରର ମାଲିକାନାରେ ଥିବା ଷ୍ଟକୟାର୍ଡ ନିକଟରୁ ମିଳିଥିଲା ମୃତଦେହ। ମୃତ୍ୟୁ ପୂର୍ବରୁ କାବୁଆ ପ୍ରତାପ ଜେନା ଓ ତାଙ୍କ ଖାସ୍ ଲୋକଙ୍କୁ କଲ୍ କରିଥିବାର ହୋଇଥିଲା ଅଭିଯୋଗ । ଅଭିଯୋଗ ହୋଇଥିଲା କାବୁଆକୁ ପ୍ରମାଣ ନଷ୍ଟ ପାଇଁ ହତ୍ୟା କରାଯାଇଛି। ଏବେ କୋର୍ଟଙ୍କ ଅର୍ଡର ପରେ ବଢିଛି ପ୍ରତାପ ଜେନାଙ୍କ ଅଡୁଆ ।ଏବେ ବଡ଼ ପ୍ରଶ୍ନ ବିଜେଡି ପ୍ରତାପ ଜେନାଙ୍କ ବିରୋଧରେ ନେବ ତ ଆକସନ୍, ଦଫା 302 ଲାଗିଲା ପରେ ପ୍ରତାପ ହେବେ ତ ଜନବିରୋଧୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: