- କ୍ଷମତା ଅନ୍ଧ କରେ, ନିରଙ୍କୁଶ କ୍ଷମତା ଗଣତନ୍ତ୍ରକୁ ପାଦରେ ଦଳିଚକଟି ଦେବା ପାଇଁ ସୁଯୋଗ ସୃଷ୍ଟି କରେ
- ବିଜେଡି ନେତା, ମନ୍ତ୍ରୀ, ବିଧାୟକଙ୍କ ଏକଛତ୍ରବାଦ ମାନସିକତା
- ଗଂଜାମ ସୁନୀଲ ନାହାକ ମର୍ଡର ପଛରେ ବିଜେଡି ବିଧାୟିକାଙ୍କ ସ୍ବାମୀ !
- ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ନେତାଙ୍କ ନାଁରେ ଦଫା 302
- ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ 30 ଦିନରେ ଗଡିଲାଣି 11 ମୁଣ୍ଡ
- ସେପଟେ ଦଫା 302 ପରେ ବି ପ୍ରତାପ ଜେନାଙ୍କ ସୁରକ୍ଷାରେ ବିଜେଡି
ଅର୍ଗସ ବ୍ୟୁରୋ: ଗଂଜାମ ଖଲ୍ଲିକୋଟ ସୁନୀଲ ନାହକ ମର୍ଡର କେସରେ ବଡ ଖୁଲାସା। ହତ୍ୟା ପଛରେ ସ୍ଥାନୀୟ ବିଜେଡି ବିଧାୟକ ସୂର୍ଯ୍ୟମଣି ବୈଦ୍ୟଙ୍କ ସ୍ବାମୀ ତଥା ଦୈତାରି ବେହେରା ବୋଲି ଅଭିଯୋଗ । ଅଭିଯୋଗ ଆଧାରରେ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ନାଁରେ ଲାଗିଛି ଦଫା 302 । ସେହିଭଳି ଯୁବ ବିଜେଡି ନେତା କୁମର ସାହୁଙ୍କ ନାଁରେ ବି ହତ୍ୟା ମାମଲା ରୁଜ୍ଜୁ ହୋଇଛି। ହତ୍ୟା ବେଳର ଫଟୋ ଭାଇରାଲ୍ ବି ହୋଇଛି । ହତ୍ୟା ବେଳେ ଉପସ୍ଥିତ ଥିବା ଦୀପକ ଖଟୁଆ ଏବଂ ଜିତେନ୍ଦ୍ର ପ୍ରଧାନଙ୍କୁ ପୋଲିସ ଗିରଫ କରିଛି । ଏହା ଏକ ପଲିଟିକାଲ୍ ମର୍ଡର ବୋଲି ଅଭିଯୋଗ ହୋଇଛି ।
ହତ୍ୟା, ଯୌନ ବ୍ୟଭିଚାର, ହିଂସାକାଣ୍ଡରେ ବିଜେଡିର ମାଳମାଳ ନେତାଙ୍କ ସଂପୃକ୍ତିର ଅଭିଯୋଗ। ଯିଏ ସ୍ବର ଉଠାଇବ ତାକୁ ଚାପି ଦେବାର ପ୍ରୟାସ। ଯାହାର ଉଦାହରଣ ହେଉଛି ମାହାଙ୍ଗା କୁଆଁପାଳର ଘଟଣା। ନ୍ୟାୟ ପାଇଁ ଲଡେଇ ପରିବାରର ସଦସ୍ୟ ଦିଲୀପ ସାହୁ ଓ ସ୍ଥାନୀୟ ବାସିନ୍ଦା ରାମଚନ୍ଦ୍ର ବେହେରାଙ୍କ ଉପରେ ମରଣାନ୍ତକ ଆକ୍ରମଣ।
ସେପଟେ ପ୍ରତାପ ଜେନାଙ୍କ ସୁରକ୍ଷାରେ ସରକାର। ପୋଲିସ ଚାପିଦେଇଥିଲା, କୋର୍ଟ ପ୍ରମାଣ ପାଇଲେ, ଦପା 302 ଲଗାଇଲେ । ତଥାପି ବିଜେଡି ନେଉନାହିଁ ଆକସନ୍। 23 ବର୍ଷର ସ୍ଥିର ସରକାରରେ ଲଲେସ୍ ଓଡ଼ିଶା। ଯେଉଁଠି ଶାସକ ଦଳର ନେତା ମନ୍ତ୍ରୀଙ୍କ ନାଁ ଈସୁଛି ସେଠି ଆଇନ ବାଟବଣା। ସେଥିପାଇଁ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର 5.3 ପ୍ରତିଶତ।
ଅଧିକ ପଢ଼ନ୍ତୁ ଓଡିଶା ଖବର: