ଦେଓମାଳି ଓଡିଶାର ସର୍ବୋଚ୍ଚ ଗିରିଶୃଙ୍ଗ । ଯାହା ଭାରତ ସରକାର ତଥ୍ୟ ପ୍ରଦାନ କରିଛନ୍ତି । ମାତ୍ର ଗତ ବିଧାନସଭା ଅଧିବେସନରେ ଓଡିଶାର ସଂସ୍କୃତି ମନ୍ତ୍ରୀ ଓଡିଶାର ସୀମା ବିବାଦ ଅଞ୍ଚଳକୁ ନେଇ କିଭଳି ଏମିତି ଖାମଖିଆଲି ବିବୃତି ଦେଲେ ତାକୁ ନେଇ ଉଠିଛି ପ୍ରଶ୍ନ । ରାଜ୍ୟ ସରକାରଙ୍କ ତଥ୍ୟରେ ଦେଓମାଳି ରଖିବାକୁ ଦାବି ହୋଇଛି ।
RTI ତଥ୍ୟରୁ ମହାଖୁଲାସା

ଅର୍ଗସ ବ୍ୟୁରୋ: RTI ତଥ୍ୟରୁ ମହାଖୁଲାସା । ଓଡ଼ିଶା ମାନଚିତ୍ରରେ ନାହିଁ ଦେଓମାଳି । ଗତ ବିଧାନସଭା ମୌସୁମୀ ଅଧିବେସନରେ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଦେଓମାଳି ଓଡିଶାର ନୁହେଁ ବୋଲି ବିବାଦୀୟ ବିବୃତି ଦେଇଥିଲେ । ଏବେ RTI ତଥ୍ୟରୁ ଏହି ଖୁଲାସା ହୋଇଛି ।
Download Argus News App
