କିନ୍ତୁ ତାଙ୍କ ବିରୋଧରେ ଋଣ ଖିଲାପ ଅଭିଯୋଗ ଆଣି ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ସତ ପ୍ରମାଣ ହେବାପରେ ବୀରେନ୍ଦ୍ରଙ୍କ ପାର୍ଥିପତ୍ର ରଦ୍ଦ କରାଯାଇଛି। ଫଳରେ ବର୍ତ୍ତମାନ 11ନମ୍ବର ଜୋନ ପ୍ରାର୍ଥୀଶୂନ୍ୟ ହୋଇପଡିଛି। ବୀରେନ୍ଦ୍ର ଋଣ ପରିଶୋଧ କରିଥିବା ନେଇ କୌଣସି କ୍ଲିୟରାନ୍ସ ସାର୍ଟିଫିକେଟ ଦିଆଯାଇନଥିଲା ।ଋଣଛାଡ଼ ଯୋଜନାରେ କିଛି ସେ ଟଙ୍କା ଜମା କରିଥିଲେ।
ବାକି ଏକ ଲକ୍ଷ 91 ହଜାର ଟଙ୍କା ସୁଧମୂଳ ସହ ମିଶି 30 ଲକ୍ଷରୁ ଉର୍ଦ୍ଧ୍ବ ରେ ପହଞ୍ଚିଛି। ବୀରେନ୍ଦ୍ର 2001 ମସିହାରେ ଋଣ ନେଇଥିବା ବେଳେ 2008ରେ ବ୍ୟାଙ୍କ ନିର୍ଦ୍ଦେଶକ, 2015ରୁ 20 ପର୍ଯ୍ୟନ୍ତ ପରିଚାଳନା ପରିଷଦର ସଭାପତି ଦାୟିତ୍ବରେ ରହିଥିଲେ। ସେତେବେଳେ ବ୍ୟାଙ୍କ କାହିଁକି ଋଣ ଖିଲାପି ଭାବେ ଦର୍ଶାଇନଥିଲା ବୋଲି ପ୍ରଶ୍ନ ଉଠିବା ସହ ବ୍ୟାଙ୍କର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିଛି। ଏହା ପୂର୍ବରୁ ଦୁଇଦିନ ତଳେ ବ୍ୟାଙ୍କ ପରିସରରେ ବୀରେନ୍ଦ୍ର କେଶରୀ ଆରୁଖ ଓ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଣ୍ଡଗୋଳ ସୃଷ୍ଟି ହୋଇଥିବା ହେତୁ ପ୍ରତିବାଦ କରିବାରୁ ବ୍ୟାଙ୍କର ଅନ୍ୟ ୨ କର୍ମଚାରୀଙ୍କୁ ମଧ୍ୟ ସେ ଗାଳି କରିବା ସହ ଧମକ ଦେଇଥିଲେ।
ବ୍ୟାଙ୍କ ମ୍ୟାନେଜର ଗୀତାଞ୍ଜଳୀ ବେହେରାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଧମକ ମଧ୍ୟ ଦେଇଥିଲେ । ଯେଉଁଥିପାଇଁ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ବାଚସ୍ପତି ଭାଇଙ୍କ ଏଭଳି ଦବଙ୍ଗଗିରିରେ ବ୍ୟାଙ୍କରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।