ରାଉରେକଲାରେ କିଛି ଅମାନିଆ ସରକାରଙ୍କ କଥା ନ ମାନି ଯାଇଥିଲେ ବେପାର କରି। ଆଉ ଟିକେ ଆମିଶ ଖାଇବା ଇଛା ରଖି ପହଞ୍ଚିଥିଲେ କିଛି ଲୋକେ। ମାଛ-ମାଂସ ବିକ୍ରି ହେଉଥିଲା, କିଛି ଲୋକେ ନେଇ ଘରେ ମଧ୍ୟ ନେଇ ଝୋଳ କରି ଖାଇ ଦେଇଥିଲେ। ମାତ୍ର କିଛି ଲୋକଙ୍କ ମାଛ ଖାଇବାର ଆଶା ମଉଳିଗଲା। ବେପାର ଆଶାରେ ବସିଥିବା ଅମାନିଆଙ୍କ ଉପରେ ଦାଉ ସାଧିଲା ପୋଲିସ ମାମୁଁ। ଚଢ଼ାଉ କରି ଦେଢ଼ କ୍ୱିଣ୍ଟାଲରୁ ଅଧିକ ମାଛ ଓ 10 କେଜି ମାଂସ ଜବତ କରି ନଷ୍ଟ କରିଦେଲା। ଏହା ସହ ଅମାନିଆ ବେପାରୀଙ୍କ ଭାତହାଣ୍ଡିକୁ କରି ଦେଲା ବନ୍ଦ। 6ଟି ଦୋକାନକୁ ସିଲ କରିଦେଲା ପ୍ରଶାସନ। ସବୁ ଆଶା ଆଶାରେ ରହିଗଲା। ବେପାରତ ଦୂରର କଥା ପଡିଲା ଚଡକ। ଏହି ଘଟଣା ରାଉରକେଲାରେ ଘଟିଛି। କରୋନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ କଡା ପଦକ୍ଷେପ ନେଇଛି।
ଝୋଳ ପାଇଁ ବିକୁଥିଲେ ମାଛ, ଖୋଳ ହୋଇ ଘରକୁ ଫେରିଲେ
Download Argus News App
