କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଏନେଇ ଅଭିଯୋଗ କରିଛି। ଅଭିଯୋଗ ପରେ ଇଓଡବ୍ଲୁ ଓ ସାଇବର ସେଲର ତଦନ୍ତ ଆରମ୍ଭ ହୋଇଛି। ତେବେ ଏଯାଏଁ କିଛି ଜଣା ପଡିନାହିଁ।
ରାଜ୍ୟରେ ଯେତିକି ଠକେଇ ହୋଇଛି ଏହା ସବୁଠାରୁ ବଡ ସାଇବର ଠକେଇ। ବାରମ୍ବାର ଠକେଇ ହେଲେ ବି ସୁପଦକ୍ଷେପ ନିଆଯାଇପାରୁ ନାହିଁ। ସାଇବର ଥାନା ପୋଲିସ ଠକେଇକୁ ରୋକିବା ସହ ଲୋକଙ୍କୁ ସଚେତନ କରିବାରେ ଅସଫଳ ହେଉଛି।
ପୂର୍ବରୁ ବି ଅନେକ ବଡ ସାଇବର କ୍ରାଇମ ହୋଇଛି। ତେବେ ଏତେ ଟଙ୍କା ଉଡିଯିବା ଏହା ପ୍ରଥମ ଘଟଣା। ସାଇବର କ୍ରାଇମ ନେଇ ହେଲ୍ପଲାଇନ ନମ୍ବର ବି ଜାରି କରିଛି। ମାତ୍ର କ୍ରାଇମ ରୋକଯାଇ ପାରୁନାହିଁ। ତେବେ ପୋଲିସ ଗୋଟେ ଦୁଇଟି କେସରେ ଟଙ୍କା ଆଣିବାରେ ସଫଳ ହୋଇଛି।