ଘର
ଓଡ଼ିଶା
'ଏବେ ଯାଏଁ ନୂଆ ଭାରିଏଣ୍ଟ୍ ଓଡ଼ିଶାରେ ଚିହ୍ନଟ ହୋଇନାହିଁ '
'ଏବେ ଯାଏଁ ନୂଆ ଭାରିଏଣ୍ଟ୍ ଓଡ଼ିଶାରେ ଚିହ୍ନଟ ହୋଇନାହିଁ '
by Smruti Parija
ଅର୍ଗସ ବ୍ୟୁରୋ: ଦେଶରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଚିନ୍ତା ପ୍ରକଟ କରିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି, ଏବେ ଯାଏଁ ନୂଆ ଭାରିଏଣ୍ଟ୍ ଓଡ଼ିଶାରେ ଚିହ୍ନଟ ହୋଇନାହିଁ । ଯଦି ଆସେ, ଆମେ ଜିନୋମ୍ ସିକ୍ବେନ୍ସ୍ ପାଇଁ ପଠାଇବୁ । ବର୍ତ୍ତମାନ ସୁଦ୍ଧା ନୂଆ ଭାରିଏଣ୍ଟରେ ସିଭିଆରିଟିର କୌଣସି ସୂଚନା ନାହିଁ । ତଥାପି ସର୍ଭେଲାନ୍ସ ଜାରି ରହିଛି । କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ, ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ରହିଛି ।
ଏଣୁ ଯେଉଁ ଲୋକଙ୍କ ପାଖରେ କୌଣସି ସିମଟମ୍ ରହୁଛି, ସେମାନେ ଆସନ୍ତୁ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ସ୍ବାସ୍ଥ୍ୟ ବିଭାଗ । ମ୍ୟାନ୍ ପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଆଗରୁ ସ୍ବାସ୍ଥ୍ୟ ବିଭାଗ କରିଥିଲା ଏବେ ବି କରିଛୁ । ଯେଉଁମାନଙ୍କୁ ଥଣ୍ଡା, କାଶ ରହୁଛି, ସେମାନେ ପ୍ରିକସନ୍ ନେବା ସହ କୋଭିଡ୍ ନିୟମ ଅନୂପାଳନ କରିବାକୁ ସ୍ବାସ୍ଥ୍ୟ ବିଭାଗ କହିଛି । ତେବେ ଥଣ୍ଡା, ଜ୍ବର ହେଲେ ଘରୁ ବାହାରନ୍ତୁ ନାହିଁ । ଲକ୍ଷଣ ଥିଲେ, ପିକନିକ୍ ଯାଆନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଆହୁରି ପଢନ୍ତୁ ଓଡିଶା ଖବର...