କଂଗ୍ରେସ ରେ ଯୋଗ ଦେବା ପରେ ବିଜୟ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ନିଷ୍ଠାପର କଂଗ୍ରେସ କର୍ମୀ ଭାବରେ କାମ କରିବି ବୋଲି ପ୍ରତିଶୃତି ଦଉଛି । ରାଜନୀତିରେ ପ୍ରବେଶ କରିବା ପାଇଁ ଓ଼ କଂଗ୍ରେସ ରେ ଯୋଗ ଦେବା ପାଇଁ କିଛି କାରଣ ରହିଛି । ବର୍ତ୍ତମାନ ଶାସନ କେଉଁ ଅବସ୍ଥାରେ ପହଁଚିଛି ତାହା ସମସ୍ତଙ୍କୁ ଜଣା ।
ଓଡିଶାରେ ଓଡ଼ିଆ ନିର୍ଯାତିତ, ଏହାଠୁ ବଡ଼ ବିଡମ୍ବନା କ’ଣ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । ଓଡ଼ିଆ କଣ୍ଟ୍ରାକ୍ଟର କାମ ପାଉନାହାନ୍ତି, ବାହାର କଣ୍ଟ୍ରାକ୍ଟର କାମ କରୁଛନ୍ତି ? କେଉଁଠି ଓଡ଼ିଆ ଚାକିରୀ ପାଉଛନ୍ତି ମତେ ଦେଖା ଯାଉନି । ଆଉ କୌଣସି ରାଜ୍ୟରେ ନିଜ ରାଜ୍ୟ ବିରୋଧରେ ଚକ୍ରାନ୍ତ ହେବା ଦେଖିନି । ଏଥିପାଇଁ ଓଡିଶା ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଆମେ ତଳ ଆଡୁ ପ୍ରଥମ କିମ୍ୱା ଦ୍ଵିତୀୟ । ସମସ୍ତେ ଚେଷ୍ଠା କଲେ ଉପରଆଡୁ 1,2 କିମ୍ବା 3 ହେବା । କେବଳ କଂଗ୍ରେସରେ ହିଁ ମୋର ଭବିଷ୍ୟତ ଅଛି । ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତାଙ୍କ ଦିନ ଦ୍ବିପହରେ ହତ୍ୟା ହୋଇଛି । ନବଙ୍କୁ ପୋଲିସ ଏ ଏସ ଆଇ ମାରିନି । ଜଣେ ପୋଲିସ ଏ ଏସ ଆଇ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ମୁଁ ଗ୍ରହଣ କରି ପାରୁନି । ଏହା ପଛରେ ଅନ୍ୟ କାହାର ହାତ ଅଛି ସାମ୍ନାକୁ ଆସିବା ଦରକାର । କ୍ରାଇମବ୍ରାଞ୍ଚ ନପାରିଲେ ସିବିଆଇକୁ ତଦନ୍ତ ଭାର ଦେବା ଦରକାର ବୋଲି ସେ କହିଛନ୍ତି।