ଅଧିକ ପଢନ୍ତୁ: ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ନାରେ ଅଭିଯୋଗ ପରେ ଅଭିଯୋଗ
ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସେକ୍ସ ରାକେଟ, ବହୁ ବିବାହିତ ନାରୀମାନଙ୍କ ସହ ସମ୍ପର୍କ ଭଳି ଅନେକ ଅଭିଯୋଗ ଆଣିଛନ୍ତି ତାଙ୍କ ବାନ୍ଧବୀ ସୋମାଲିକା । ଏନେଇ ସୋମାଲିକା ଥାନାରେ ସାନି ଏତଲା ପରେ ପୋଲିସ ବିଧାୟକଙ୍କ ନାମରେ ଅନେକ ସଙ୍ଗୀନ ଦଫା ଲଗାଇଥିବାବେଳେ ଘଟଣାକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା କାହିଁକି ବିଧାୟକଙ୍କୁ ଗିରଫ କରା ଯାଉନି ପ୍ରଶ୍ନ ଉଠାଇଛି ବିଜେପି ।
ବିଜୟ ଶଙ୍କରଙ୍କ ମୁଣ୍ଡ ଉପରେ ରହିଛି କାହାର ହାତ । କିଏ ଦେଉଛି ତାଙ୍କୁ ସୁରକ୍ଷା । କାହିଁକି ତାଙ୍କୁ ଗିରଫ କରାଯାଉନି । ଏନେଇ ଜିଲ୍ଲାର ସମସ୍ତ ବିଜେପି ନେତା ଏକ ବିଶାଳ ରାଲି ଦ୍ୱାରା ଜିଲ୍ଲା କାର୍ଯ୍ୟାଳୟରୁ ବାହାରି ଏସପି ଅଫିସ୍ ଘେରାଉ କରିବା ସହ ଏକ ଦାବିପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ଯଦି ଆଗାମୀ ଦିନରେ ପୋଲିସ ପ୍ରଶାସନ ବିଧାୟକଙ୍କୁ ଗିରଫ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକଙ୍କୁ ଦଳରୁ ବହିସ୍କାର ନ କରନ୍ତି ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛି ବିଜେପି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ ।