ବିଜେଡିର ଏହି ଗୋଷ୍ଠୀ କନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଚି । ଜିଲ୍ଲାରେ ହଟ ଚମଚ ସୃଷ୍ଟି ହେଲାଣି । କିଛି କର୍ମୀ ପ୍ରଶାନ୍ତ ମୁଦୁଲିଙ୍କୁ ଆକ୍ଷେପ କରି ବିଦେଶୀ ବୋଲି ସମାଲୋଚନା କରିଛନ୍ତି । ବିଧାୟକ ପ୍ରଶାନ୍ତ ମୁଦୁଲି ଜଗତସିଂହପୁରକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ବୋଲି ଭାବୁଥିବା କହିଛନ୍ତି ବିଜେଡି କର୍ମୀ । ତେବେ ଏହି ସଭାରେ କ’ଣ ପାଇଁ ଜିଲ୍ଲା ସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ଉପସ୍ଥିତ ନାହାଁନ୍ତି ବୋଲି ଅମରେନ୍ଦ୍ରଙ୍କୁ ପଚାରିବାରୁ ସେ ସିଧାସଳଖ ଭାବରେ କହିଛନ୍ତି ଆଗରୁ ବହୁତ ସଭାରେ ପ୍ରଶାନ୍ତ ମୁଦୁଲିଙ୍କୁ ଡକାଯାଇଛି ହେଲେ ସେ ଆସୁନାହାନ୍ତି ।
ସେଥିପାଇଁ ପ୍ରଶାନ୍ତ ମୁଦୁଲିଙ୍କ ଫଟୋକୁ ମଧ୍ୟ ବ୍ୟାନରରୁ ଉଠାଇ ଦିଆଯାଇଛି । ଲୋକମାନେ ମୋତେ ସମର୍ଥନ ଆଉ ଭଲ ପାଇବା ଦେଉଛନ୍ତି । ଲୋକଙ୍କ ଦୁଃଖ ଆଉ ସୁଖରେ ଭାଗୀଦାର ହେଉଛି । ତେଣୁ ଲୋକମାନେ ମୋତେ ଭଲ ଦେଉଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ମତେ ଟିକେଟ ଦେବେ ମୁଁ ଲଢ଼ିବା ପାଇଁ ପ୍ରସ୍ତୁତ ବୋଲି ଅମରେନ୍ଦ୍ର ଦାସ କହିଛନ୍ତି । ତେବେ ବିଧାୟକ ପ୍ରଶାନ୍ତ ମୁଦୁଲି କ’ଣ ବିଜୁ ଜନତା ଦଳ ପାଇଁ ଭାରି ପଡ଼ିଯିବେକି । ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ ବୋଲି ବିଜୁ ଜନତା ଦଳର ବରିଷ୍ଠ ନେତାମାନେ କହୁଥିବାବେଳେ ଏହି ଘଟଣା କି ପ୍ରକାର ଶୃଙ୍ଖଳା ତାହା ସ୍ପଷ୍ଟ ଭାବରେ ବାରି ହୋଇପଡ଼ୁଛି ।
ଆହୁରି ପଢନ୍ତୁ ରାଜନୀତି ଖବର...