ଭୁବନେଶ୍ୱର: ଜାନୁଆରୀ ୫ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟପଟେ ବିଜୁ କୃଷକ ଜନତା ଦଳ ଦିଲ୍ଲୀ ଯାଇ ଚାଷୀ ପ୍ରସଙ୍ଗ ନେଇ କରିବ ବିକ୍ଷୋଭ ପ୍ରଦର୍ଶନ ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜୁ କୃଷକ ଜନତା ଦଳ । ଆସନ୍ତା ୫ ତାରିଖରେ ଦିଲ୍ଲୀ ସଂସଦ ଭବନ ସମ୍ମୁଖରେ ବିଜୁ କୃଷକ ଜନତା ଦଳ ଏମଏସପି ବୃଦ୍ଧି ନେଇ ବିକ୍ଷୋଭ ପ୍ରଦର୍ଶନ କରିବ ।
ସେହିପରି ରାଷ୍ଟ୍ରପତିଙ୍କୁ ଭେଟି ଏକ ମେମୋରାଣ୍ଡମ ମଧ୍ୟ ଦେବ ବିଜୁ କୃଷକ ଜନତା ଦଳ । ବିକ୍ଷୋଭରେ ବିଜେଡ଼ିର ସମସ୍ତ ସାଂସଦ, କର୍ମକର୍ତ୍ତା ଏବଂ ଚାଷୀ ପ୍ରତିନିଧୀମାନେ ଯୋଗ ଦେବେ ।
ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସନ୍ଧ୍ୟା ୮ଟା ସମୟରେ ଏକ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଗସ୍ତ କରିବେ ବୋଲି ବିଜୁ କୃଷକ ଜନତା ଦଳର ମହାସଚିବ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
(ପ୍ରଜ୍ଞା ଭାରତୀ)