ଗଞ୍ଜାମ: ରାଜ୍ୟ ସରକାରଙ୍କ ତରଫରୁ ଗରିବ ଲୋକଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ କରାଯାଇଛି । ବଡ଼ ବଡ଼ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ସମସ୍ତ ସରକାରୀ ଓ କିଛି ବେସରକାରୀ ହସ୍ପିଟାଲରେ ମଧ୍ୟ ଏହି ସୁବିଧା ଉପଲବ୍ଧ ବୋଲି ସରକାର କହୁଛନ୍ତି । ତେବେ ଏହି କାର୍ଡ ଆବଶ୍ୟକ ସ୍ଥଳେ କାମ ଦେଉ ନଥିବା ଦେଖିବାକୁ ମିଳିଛି । ଗଞ୍ଜାମ ବେଗୁନିଆପଡ଼ା ବ୍ଳକ ଖଣ୍ଡିଆନଈ ପଞ୍ଚାୟତ ଦେଓଳିଆପଡା ଗ୍ରାମର ବିନୋଦ ଡାକୁଆ ୧ ବର୍ଷ ଧରି ବ୍ରେନ୍ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ ବ୍ଲକ ଓ ଜିଲ୍ଲା ପ୍ରଶାସନର କୌଣସି ସହଯୋଗ ମିଳିନି । ପାଖରେ ସ୍ବାସ୍ଥ୍ୟ ବୀମା କାର୍ଡ ଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଗ୍ରହଣ କରୁ ନାହାନ୍ତି । ଧାର କରଜ କରି ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଶାଖାପାଟଣା ସେଭେନ୍ ହିଲ୍ ହସ୍ପିଟାଲରେ ଚିକିତ୍ସା କରିଥିଲେ ମଧ୍ୟ ରୋଗରୁ ମୁକ୍ତି ପାଇ ନାହାଁନ୍ତି ବିନୋଦ । ଅର୍ଥ ଅଭାବରୁ ଚିକିତ୍ସା କରି ପାରୁନଥିଲା ବେଳେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କାର୍ଡ କାମ ଦେଇନଥିବା ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି ।
ବିନୋଦ ଡାକୁଆଙ୍କ ବୟସ ୪୪ ବର୍ଷ । ସେଲୁନ୍ ରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବିନୋଦ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବ୍ରେନ୍ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଛନ୍ତି । ସ୍ତ୍ରୀ ଓ ୨ ଝିଅକୁ ନେଇ ପରିବାର । ରୋଜଗାର ନଥିବାରୁ ଚଳିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି । ୨ ଝିଅ ପାଠ ପଢୁଥିବା ବେଳେ ଏବେ ବାପାଙ୍କ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ହେଉଥିବାରୁ ପରିବାର ଲୋକେ ହତୋତ୍ସାହିତ ହୋଇପଡ଼ିଛନ୍ତି ।
ଗୋଟିଏ ପଟେ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାର ଯୋଜନା କରୁଛନ୍ତି । ଅପରପକ୍ଷେ ବୀମା କାର୍ଡକୁ ଅନେକ ହସ୍ପିଟାଲ ଗ୍ରହଣ କରୁ ନଥିବାରୁ ଗରିବ ଲୋକ ଚିକିତ୍ସା ପାଉନାହାଁନ୍ତି । ଯାହାଫଳରେ କି ଏହି କାର୍ଡ ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି । ଏବେ ସବୁ କ୍ଷେତ୍ରରୁ ନିରାଶ ହେବା ପରେ ବିନୋଦଙ୍କ ପରିବାର ବ୍ଲକ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ସରକାର ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ।
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିକଟରେ ଉଜ୍ଜୈନର ମହାକାଳେଶ୍ବର ମନ୍ଦିର ପରିଦର୍ଶନ କରିବାକୁ ଯାଉଛନ୍ତି। ଜାହ୍ନବୀ କିନ୍ତୁ ଏଥର ଏକା ଯାଇନାହାନ୍ତି ବରଂ ତାଙ୍କ ବୟଫ୍ରେଣ୍ଡ ଶିଖରଙ୍କ ସହ ଦେଖିବାକୁ ମିଳିଥିଲା। ଯେଉଁଥିରେ ମହାକାଳେଶ୍ବର ମନ୍ଦିରକୁ ଦୁଇଜଣ ଯାଇ ପୂଜା କରିଥିଲେ। ବର୍ତ୍ତମାନ ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିଛି।
#WATCH मध्य प्रदेश: अभिनेत्री जान्हवी कपूर ने उज्जैन के महाकालेश्वर मंदिर में दर्शन किए। pic.twitter.com/i3WQ0TFTV2 — ANI_HindiNews (@AHindinews) December 4, 2023
ଭିଡିଓରେ ଜାହ୍ନବୀ ଶିଖରଙ୍କ ପାଖରେ ବସିଥିବାର ଦେଖିବାକୁ ମିଳିଛି। ମନ୍ଦିରରେ ଜୋରସୋରରେ ଭଜନ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ ଜାହ୍ନବୀ ହାଲକା ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି। ଆଉ ବହୁତ ସୁନ୍ଦର ଦିଶୁଛନ୍ତି। ଭଜନ ଚାଲିଥିବାବେଳେ ଦୁହେଁ ତାଳି ମାରୁଥିବାର ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହା ପ୍ରଥମ ଥର ନୁହେଁ ଯେ ଜାହ୍ନବୀଙ୍କୁ ମନ୍ଦିରରେ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ବି ଦୁହେଁ ଅନେକ ଥର ଦର୍ଶନ କରିବାକୁ ଆସିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଶୀତଦିନେ ଆସିଲେ ସମସ୍ତେ କେଉଁଆଡେ ନା କେଉଁ ଆଡେ ବୁଲିବାକୁ ଭଲ ପାଆନ୍ତି। ଜଳପ୍ରପାତ ହେଲେ ତାର ମଜା ଅଲଗା। ଆମ ଓଡ଼ିଶାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ରହିଛି। କିନ୍ତୁ ସବୁ ସ୍ଥାନରେ ବିକାଶ ହେଉ ନ ଥିବାରୁ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଖାଲି ଉଦଘାଟନୀ ଫିତା କାଟିବାପାଇଁ ବିଜେଡି ସରକାରରେ ଥିବା ମନ୍ତ୍ରୀମାନେ ଧାଇଁଯାଉଛନ୍ତି କିନ୍ତୁ ପରେ ଏହା ଯଥା ପୂର୍ବଂ ତଥା ପରଂ ସ୍ଥିତି।
ଏମିତି ଏକ ସ୍ଥାନ ରହିଛି ଭବାନୀପାଟଣାରେ। ଭବାନୀପାଟଣାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ ରାବନଦର ଜଳପ୍ରପାତ। ପ୍ରତିଦିନ ଦୂର ଦୂରାନ୍ତରୁ ଶହ ଶହ ପର୍ଯ୍ୟଟକ ବୁଲିବା ପାଇଁ ଏଠିକି ଆସିଥାନ୍ତି। ବର୍ତ୍ତମାନ ପିକନିକ ଋତୁ ଆସୁଥିବାରୁ ଲୋକଙ୍କ ଗହଳି ମଧ୍ୟ ଦେଖିବାକୁ ମିଳୁଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରକୃତିର ଏତେ ସୁନ୍ଦର ସ୍ଥାନ ରହିଛି, ଯାହା ଲୋକଙ୍କ ମନ କିଣୁଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୨୯ ଲକ୍ଷ ଖର୍ଚ୍ଚ କରି ବିକାଶ କାର୍ଯ୍ୟ କରାଗଲା। କିନ୍ତୁ ନିମ୍ନମାନର କାମ ଓ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହି ଜଳପ୍ରପାତର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ନା ଅଛି ଗମନାଗମନକୁ ରାସ୍ତା ନା ଅଛି ଶୌଚାଳୟ ବ୍ୟବସ୍ଥା। ଏଭଳି ଅବ୍ୟବସ୍ଥା ଥିଲେ ମଧ୍ୟ ଏଥିପ୍ରତି କାହାର ନଜର ପଡ଼ୁନି।
ଭବାନିପାଟଣାରୁ ଭରଙ୍ଗପଦର୍ ପର୍ଯ୍ୟନ୍ତ ରାସ୍ତା ଠିକ୍ ଥିବା ବେଳେ, ତା ଆଗକୁ ରାସ୍ତା କଦର୍ଯ୍ୟ ଅବସ୍ଥାରେ ରହିଛି। ରାସ୍ତାରେ ଥିବା ମେଟାଲ୍ ପଥର ଗୁଡ଼ିକ ବାହାରି ପଡ଼ିଛି। ଶୌଚାଳୟ ବ୍ୟବସ୍ଥା ରହିଛି, କିନ୍ତୁ ସଫା ରହୁ ନାହିଁ। ଯାହା ଫଳରେ ମହିଳା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବର୍ଷ ପୂର୍ବରୁ ସେଇଠି ରେଷ୍ଟୁରାଣ୍ଟ ମଧ୍ୟ ଖୋଲା ଯାଇଥିଲା କିନ୍ତୁ ତାହା ବର୍ତ୍ତମାନ ବନ୍ଦ ପଡିଛି। କୌଣସି ନେଟୱର୍କ ନଥିବା ଯୋଗୁଁ ପର୍ଯ୍ୟଟକ ହଇରାଣ ହେଉଛନ୍ତି। ୨୦୨୧ ରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବା ବେଳେ ଏହାର ଉଦଘାଟନ କରିଥିଲେ। କିନ୍ତୁ ବର୍ତ୍ତମାନ ତାହାର କାମ ଅବସ୍ଥା ରହିଛି କାହାର ନଜର ନାହିଁ।
ଉଦଘାଟନୀ ଫିତା କାଟିବା ପାଇଁ ଆଗରେ ରହିଥାନ୍ତି ବିଜେଡି ସରକାରଙ୍କ ମନ୍ତ୍ରୀଗଣ। କିନ୍ତୁ ଫିତା କାଟିବା ପରେ ରକ୍ଷଣାବେକ୍ଷଣ ପାଇଁ କାହିଁକି ପଛରେ ରହିଥାନ୍ତି ତାହା ହେଉଛି ବଡ଼ ପ୍ରଶ୍ନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର