ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିଭଳି ଛେଣ୍ଡିପଦା ବ୍ଲକ୍ ଖମାର ବରସାହି ପଞ୍ଚାୟତ କାର୍ଯ୍ୟାଳୟଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଖମାର ବରସାହି ପଞ୍ଚାୟତ ସରପଞ୍ଚ କ୍ଷୀରୋଦିନ୍ ବେହେରା ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ ।
ଭୁବନେଶ୍ବରର ବଡ଼ ବଡ଼ ମେଡ଼ିକାଲରୁ ମେଡିସିନ୍, ଅର୍ଥପେଡି, ଚର୍ମରୋଗ ଆଦି ବିଭାଗର ୮ ଜଣିଆ ଡାକ୍ତର ଟିମ୍ ସହ ନର୍ସ ଓ ଫାର୍ମାସିଷ୍ଟ ରହି ରୋଗୀଙ୍କୁ ପରୀକ୍ଷା ନୀରିକ୍ଷା କରି ମାଗଣାରେ ସମସ୍ତ ଔଷଧ ଦିଆଯାଉଛି ।