ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଶିବିରରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧ ମାଗଣାରେ ଯୋଗାଇ ଦେଇଛନ୍ତି । ହଜାରରୁ ଉର୍ଦ୍ଧ ଲୋକ ଏହି ଶିବରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ, ମାଗଣାରେ ଔଷଧ ନେଇଛନ୍ତି । ଯାହାକୁ ନେଇ ପଞ୍ଚାୟତ ବାସୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ଅଧକ୍ଷ୍ୟା ମୃଦଳା ଠାକୁରଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିକାଶ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶତ୍ରୁଘନ ଜେନା ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ରୋଗୀ ମାନଙ୍କୁ ପଞ୍ଜୀକୃତ କରାଯାଇଥିଲା ।
ସ୍ୱାସ୍ଥ୍ୟସେବା ବିଭାଗର ୭ଜଣ ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା କରିବା ସହ ରକ୍ତ ପରୀକ୍ଷା, ବ୍ଲଡ ପ୍ରେସର, ବିଭିନ୍ନ ରୋଗ ଅନୁଯାୟୀ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ । ବିକାସ ଫାଉଣ୍ଡେସନଟ୍ରଷ୍ଟ ପକ୍ଷରୁ ସମସ୍ତ ଔଷଧ ମଧ୍ୟ ମାଗଣାରେ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି । ଏହି ଶିବିରରେ ଆଖ ପାଖ ଅଞ୍ଚଳ, ପଞ୍ଚାୟତର ଶତାଧିକ ମହିଳା ପୁରୁଷ ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇଛନ୍ତି । ତେଣୁ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିକାସ ଫାଉଣ୍ଡେସନ ଟ୍ରଷ୍ଟର ଅଧକ୍ଷ୍ୟା ମୃଦଳା ଠାକୁର ପ୍ରଧାନଙ୍କୁ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜ୍ଞାପନ ଦେଇଛନ୍ତି ଅଞ୍ଚବାସୀ ।