ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି । ବାଣପୁର ଏବଂ ଗମ୍ଭାରୀମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ଆଉଟ୍-ପୋଷ୍ଟ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ବାଇକରେ ୩ ଭାଇ ଯାଉଥିବା ବେଳେ ବେପାରୁଆ ଗାଡି ଚାଳନା ଯୋଗୁଁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଗଲା ବାଇକ ।

ଅର୍ଗସ ବ୍ୟୁରୋ : ଢେଙ୍କାନାଳ ହିନ୍ଦୋଳ ରେଞ୍ଜରେ ଚିକିତ୍ସିତ ହେଉଥିବା ଅସୁସ୍ଥ ହାତୀର ମୃତ୍ୟୁ । ୩ ଦିନ ହେବ ଗୋରିଲୋ ଜଙ୍ଗଲରେ ଅସୁସ୍ଥ ହୋଇ ପଡ଼ିଥିଲା ହାତୀଟି । ସ୍ଥାନୀୟ ଗ୍ରାମବାସୀ ହାତୀଟିକୁ ଏଭଳି ଅବସ୍ଥାରେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଚିକିତ୍ସିତ ଅବସ୍ଥାରେ ରାତି ପାଖାପାଖି ଦୁଇଟା ସମୟରେ ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ସ୍କୁଲ ବୁଲିବାକୁ ଯିବେ ଦେଶର ସବୁ ପିଲା । ଗୁଜରାଟର ଭଡନଗରର ପ୍ରାଥମିକ ବିଦ୍ୟାଳୟ ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରାଥମିକ ଅଧ୍ୟୟନ କରିଥିଲେ, ସେହି ସ୍କୁଲକୁ ବୁଲିବାକୁ ଯିବେ ସ୍କୁଲର ଛାତ୍ରଛାତ୍ରୀ । ବର୍ତ୍ତମାନ ଏହି ବିଦ୍ୟାଳୟକୁ ପ୍ରେରଣା ପରିଯୋଜନା ଅଧୀନରେ ପ୍ରସ୍ତୁତ ହୋଇଛି । ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ପିଲାମାନେ ବୁଲିବାକୁ ଯାଇପାରିବେ ।
ଅଧିକ ପଢନ୍ତୁ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଏହି ବିଦ୍ୟାଳୟକୁ ଏକ ପ୍ରେରଣା ସ୍ଥଳ ଭାବରେ ବିକଶିତ କରାଯାଇଛି । ଏହି ବିଦ୍ୟାଳୟର ସଂରକ୍ଷଣ ଏଏସଆଇ ଦ୍ଵାରା କରାଯାଉଛି । ଏହି ପ୍ରକଳ୍ପ ଅଧୀନରେ ଦେଶର ପ୍ରତ୍ୟେକ ଜିଲ୍ଲାରୁ ଦୁଇଜଣ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ବୁଲି ଦେଖିବା ପାଇଁ ପଠାଯିବ । ସରକାର ଦେଇଥିବା ବିବୃତ୍ତିରେ କୁହାଯାଇଛି ଏହା ଏକ ଭିନ୍ନ ପ୍ରକଳ୍ପ । ଏହାର ଉଦ୍ଦେଶ୍ୟ ହେଉଛି ଯୁବବର୍ଗମାନଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ଦେବ ।
ଏହି ବିଦ୍ୟାଳୟଟି ଏପରି ଭାବରେ ପ୍ରସ୍ତୁତ ହୋଇଛି ଯାହା ଭବିଷ୍ୟତରେ ପ୍ରାଥମିକ ଶିକ୍ଷାର ଏକ ମଡେଲ ହୋଇପାରିବ। ଏହା ସହିତ ଦେଶର ୭୪୦ ଜିଲାର ବିଦ୍ୟାଳୟଗୁଡ଼ିକ ପ୍ରେରଣା ପାଇପାରିବେ । ଏହି ବିଦ୍ୟାଳୟକୁ ସ୍ବତନ୍ତ୍ର ଟେକ୍ନୋଲୋଜିରେ ସଜାଯାଇଛି, ଯେଉଁଠାରେ ପିଲାମାନେ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଅଧ୍ୟୟନ କରିପାରିବେ। ଏହି ବିଦ୍ୟାଳୟ ୧୮୮୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ୨୦୧୮ ପର୍ଯ୍ୟନ୍ତ ଏହା ଚାଲୁଥିଲା ।

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାରତ ଆସିବେ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ ଭାରତ ଖବର
ଆମେରିକୀୟ NSA ଜେକେ ସୁଲିବାନ ଜୁନ ୧୩ରେ ଦିଲ୍ଲୀରେ ପହଞ୍ଚିବେ । ଯେଉଁଠାରେ ଭାରତ ସହିତ ଜିଇ-୪୧୪ ଇଞ୍ଜିନ ଚୁକ୍ତି ଚୂଡାନ୍ତ ହେବ । ଏଠାରେ ସୁଲିବାନ ତାଙ୍କ ପ୍ରତିପକ୍ଷ ଅର୍ଥାତ୍ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବିବେଚନା କରାଯାଉଛି ।
