10 ଫୁଟ୍ ଖାଲ ଭିତରକୁ ଖସିଲା ବାଇକ୍ , ଚାଳକ ଗୁରୁତର
କନ୍ଧମାଳ: ୧୦ ଫୁଟ ଖାଲ ଭିତରକୁ ଖସିଲା ବାଇକ । ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ସିକରମାହା ଘାଟିରେ ଘଟିଛି ଦୁର୍ଘଟଣା । ଘାଟିର ୧୦ ଫୁଟ ଖାଲ ଭିତରକୁ ବାଇକ ଖସି ଜଣେ ଗୁରୁତର । ଆହତ ଜଣକ ହେଲେ ଗଞ୍ଜାମ ଜିଲ୍ଲା ସୋରଡା ଥାନା ରଙ୍ଗାବାଲି ଗାଁର ପ୍ରତାପ ଗୌଡ । ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ତାଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ବହ୍ମପୁର ସ୍ଥାନାନ୍ତର କରାଯାଇଛି ।
ଧସିଗଲା ମାଟି

ଅର୍ଗସ ବ୍ୟୁରୋ : ଯାଜପୁର ସୁକିନ୍ଦା କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଅଞ୍ଚଳରେ ଥିବା ଫେକର ବେଦାନ୍ତ କ୍ରୋମାଇଟ ମାଇନ୍ସରୁ ଧସିଗଲା ମାଟି । ଫେକର କମ୍ପାନୀ ୧୯୯୨ ମସିହା ଠାରୁ ୨୫ ଏକର ଜମି ଲିଜ୍ ନେଇ ମାଇନ୍ସ ଖୋଲିଥିଲେ । ପରେ ଏହା ଏବେ ବେଦାନ୍ତକୁ ହସ୍ତାନ୍ତର କରିଛି ଫେକର । ମାତ୍ର ଫେକର ଅଧିନରେ ଚାଲୁଥିବା ବେଳେ ସେହି ମାଇନ୍ସଟି ଅଧିକ ଗଭୀରତା ଯୋଗୁଁ ୨୦୧୪ ମସିହାରେ ଭୁଷୁଡ
Download Argus News App
