ଗୁରୁତର ବାଇକ୍ ଚାଳକ ହେଲେ ଭୀମକୁଣ୍ଡ ନିକଟ ଘାଟବାଲିଯୋଡି ଗ୍ରାମର ଲକ୍ଷ୍ମୀଧର ମହାନ୍ତ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି। ଶିକ୍ଷୟିତ୍ରୀ ଜଣଙ୍କର ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡିଛି। ଉଭୟ ବାଇକ୍ ଯୋଗେ ତୁରୁମୁଙ୍ଗା ରୁ ଚେମେଣାକୁ ଯାଉଥିବା ସମୟରେ ଏକ ପିକ୍ଅପ୍ ଭ୍ୟାନ ପଛରୁ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ବାଇକକୁ ଧକ୍କା ଦେଲା ପିକ୍ଅପ: ଶିକ୍ଷୟିତ୍ରୀ ମୃତ
Download Argus News App
